ମହାକୁମ୍ଭ ଦଳାଚକଟା ଦୁର୍ଘଟଣା ନୁହେଁ, ଷଡ଼ଯନ୍ତ୍ର !

ପ୍ରୟାଗରାଜ: ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ଦଳାଚକଟା ଘଟଣା ତଦନ୍ତରୁ ଏବେ ଷଡ୍‌ଯନ୍ତ୍ରର ଗନ୍ଧ ବାହାରୁଛି। ଉତ୍ତରପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ଏହାକୁ ଦୁର୍ଘଟଣା ନୁହେଁ ବରଂ ଷଡ଼ଯନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ୩୦ ଜଣଙ୍କ ମୃତ୍ୟୁ ପଛରେ ଷଡ୍‌ଯନ୍ତ୍ର ଥିବା ସନ୍ଦେହ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ବ୍ୟତୀତ ୟୁପି ଏଟିଏସ୍ ଓ ଏସ୍‌ଟିଏଫ୍‌ ଟିମ୍ ଏହି ଘଟଣା ପାଇଁ ଦାୟୀ ଥିବା […]

ମହାକୁମ୍ଭ ଦଳାଚକଟା ଦୁର୍ଘଟଣା ନୁହେଁ, ଷଡ଼ଯନ୍ତ୍ର !

ପ୍ରୟାଗରାଜ: ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ଦଳାଚକଟା ଘଟଣା ତଦନ୍ତରୁ ଏବେ ଷଡ୍‌ଯନ୍ତ୍ରର ଗନ୍ଧ ବାହାରୁଛି। ଉତ୍ତରପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ଏହାକୁ ଦୁର୍ଘଟଣା ନୁହେଁ ବରଂ ଷଡ଼ଯନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ୩୦ ଜଣଙ୍କ ମୃତ୍ୟୁ ପଛରେ ଷଡ୍‌ଯନ୍ତ୍ର ଥିବା ସନ୍ଦେହ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ବ୍ୟତୀତ ୟୁପି ଏଟିଏସ୍ ଓ ଏସ୍‌ଟିଏଫ୍‌ ଟିମ୍ ଏହି ଘଟଣା ପାଇଁ ଦାୟୀ ଥିବା ଯୁବକଙ୍କୁ ଖୋଜୁଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୩ ଜଣିଆ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଛନ୍ତି। ମହାକୁମ୍ଭରେ ରାସ୍ତାକଡ଼ ଦୋକାନୀ, ପୂଜା ସାମଗ୍ରୀ ଓ ଚୁଡ଼ି ଆଦି ବିକ୍ରେତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବର୍ତ୍ତମାନ ମେଳା ଅଞ୍ଚଳରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି। ଏଡିଜି ଆଇନ ଶୃଙ୍ଖଳା ଓ ଏସ୍‌ଟିଏଫ୍‌ ଅମିତାଭ ୟଶ ପ୍ରୟାଗରାଜରେ କ୍ୟାମ୍ପ ପକାଇଛନ୍ତି। ଦଳାଚକଟା ପରେ ଅନେକ ପୀଡ଼ିତ ଓ ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଛନ୍ତି ଯେ କିଛି ଯୁବକ ସେମାନଙ୍କୁ କ୍ରମାଗତ ଭାବରେ ଧକ୍କା ଦେଉଥିଲେ, ଯାହା ପରିସ୍ଥିତିକୁ ଖରାପ କରିଥିଲା ଏବଂ ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ସାମ୍ନାରେ ଥିବା ଲୋକଙ୍କୁ ଧକ୍କା ଦେବା ଆରମ୍ଭ କରିଥିଲେ। ଫଳରେ କିଛି ଲୋକ ପଡ଼ିଯାଇଥିଲେ ଏବଂ ଭିଡ଼ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ୩୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସେହିପରି ଝୁନ୍ସି ଅଞ୍ଚଳରେ ମଧ୍ୟ ଦଳାଚକଟା ହୋଇଥିଲା। ଏହି ଦୁଇଟି ଘଟଣା ପଛରେ ଦୁର୍ବୃତ୍ତଙ୍କ ଭୂମିକା କ’ଣ ରହିଛି ତାହାର ତଦନ୍ତ ପାଇଁ ଏବେ ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି।