ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୬୮ ହଜାର କୋଟିର ପ୍ରକଳ୍ପ କରିବେ ଉଦଘାଟନ
ଭୁବନେଶ୍ୱର : ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ I ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ IIM ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ବିଦ୍ୟୁତ୍, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ରାଷ୍ଟ୍ରାୟତ୍ତ କମ୍ପାନି ଏନ୍ଟିଭିସି, […]

ଭୁବନେଶ୍ୱର : ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ I ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ IIM ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ବିଦ୍ୟୁତ୍, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ରାଷ୍ଟ୍ରାୟତ୍ତ କମ୍ପାନି ଏନ୍ଟିଭିସି, ଏମ୍ସିଏଲ୍, ଏନ୍ଏଚ୍ଏଆଇ, ଏନ୍ଏଲ୍ସି ଆଦି ପକ୍ଷରୁ ସ୍ଥାପନ କରାଯାଇଥିବା ପ୍ରକଳ୍ପଗୁଡ଼ିକର ସେ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। କେନ୍ଦ୍ର ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସଭା ହୋଇଥିବାରୁ ପୂରା ଦେଶର ନଜର ସମ୍ବଲପୁର ଉପରେ ରଖିଛି।
ପ୍ରଧାନମନ୍ତ୍ରୀଙ୍କ ସମ୍ୱଲପୁର ଗସ୍ତ ପାଇଁ ଜିଲ୍ଲାଂ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭୦ ପ୍ଲାଟୁନ ଫୋର୍ସ ସହ ସୁରକ୍ଷା ଦାୟିତ୍ୱରେ ରହିବେ ୨୫୦ ପୋଲିସ ଅଫିସର। ଶୁକ୍ରବାର ସମ୍ୱଲପୁର ଏସପି, ପୋଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।