ସକ୍ରିୟ ରାଜନୀତି ଆଡକୁ ମୁହାଁଇଲେ ମସ୍କ,ଗଢିବେ ନୂଆ ଦଳ

ୱାଶିଂଟନ : ଚରମ ସୀମାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ବିବାଦ । ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ମସ୍କ ଆମେରିକାରେ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ମସ୍କ ଟିକସ ବିଲ୍‍ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ମସ୍କଙ୍କ ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । […]

ସକ୍ରିୟ ରାଜନୀତି ଆଡକୁ ମୁହାଁଇଲେ ମସ୍କ,ଗଢିବେ ନୂଆ ଦଳ
ସକ୍ରିୟ ରାଜନୀତି ଆଡକୁ ମୁହାଁଇଲେ ମସ୍କ,ଗଢିବେ ନୂଆ ଦଳ

ୱାଶିଂଟନ : ଚରମ ସୀମାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ବିବାଦ । ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ମସ୍କ ଆମେରିକାରେ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ମସ୍କ ଟିକସ ବିଲ୍‍ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ମସ୍କଙ୍କ ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଟ୍ରମ୍ପ ଏଲନ ମସ୍କଙ୍କ ଲାଗି ହ୍ୱାଇଟ୍‍ ହାଉସ୍‍ ବନ୍ଦ କରିଥିଲେ । ଏବେ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଡିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏଲନ ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ କରିଥିଲେ, ଯେଉଁଥିରେ ସେ ପଚାରିଥିଲେ ଯେ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରାଯିବା ଉଚିତ କି ନାହିଁ । ଏବେ ସେ ଏହି ପୋଲର ଫଳାଫଳ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ୮୦% ଲୋକ ସମର୍ଥନରେ ଭୋଟ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏଲନ ମସ୍କ ଏବେ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଚାହୁଁଛନ୍ତି । ମସ୍କ ଏହାର ନାମ ‘ଦି ଆମେରିକା ପାର୍ଟି’- ନାମ ରଖିବା ନେଇ ଚର୍ଚ୍ଚା ହୋଇଛି ।

ପୂର୍ବରୁ ମସ୍କ ଦାବି କରି କହିଥିଲେ ଯେ ମୋ ବିନା ଟ୍ରମ୍ପ ନିର୍ବାଚନ ଜିତି ପାରିନଥାନ୍ତେ । ମୁଁ ତାଙ୍କ ନିର୍ବାଚନ ପ୍ରଚାରରେ ୨୫୯ ମିଲିୟନ ଡଲାର ଖର୍ଚ୍ଚ କରିଥିଲି । ସେପଟେ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ମସ୍କଙ୍କୁ ବିଶ୍ୱାସଘାତକ ବୋଲି କହି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଚେତାବନୀ ଦେଇଥିଲେ । ଏଭଳି ସ୍ଥିତିରେ ଯଦି ମସ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରନ୍ତି, ତେବେ ଏହା ଆମେରିକାର ଇତିହାସରେ ଏକ ବଡ ଘଟଣା ହେବ ।