ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲା, ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ସହରର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ। ଏହି ମାମଲାର ବିଚାର ସରିଥିବା ବେଳେ ଏବେଯାଏ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ରଙ୍କୁ ପୁଲିସ ଧରିବାରେ ବିଫଳ ହୋଇଛି। ମୋଷ୍ଟୱାଣ୍ଟେଡ ତାଲିକାରେ ଥିବା ମଉଜ ମିଶ୍ର ଧରିବାରେ ପୁଲିସ ସକ୍ଷମ ହୋଇନାହଁ। ତେବେ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଲେ ଗଞ୍ଜାମ ଜିଲ୍ଲା ଦୌରାଜଜ । ୨୦୧୩ ଜାନୁଆରୀ […]

ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲା, ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
jail

ବ୍ରହ୍ମପୁର: ବ୍ରହ୍ମପୁର ସହରର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ। ଏହି ମାମଲାର ବିଚାର ସରିଥିବା ବେଳେ ଏବେଯାଏ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ରଙ୍କୁ ପୁଲିସ ଧରିବାରେ ବିଫଳ ହୋଇଛି। ମୋଷ୍ଟୱାଣ୍ଟେଡ ତାଲିକାରେ ଥିବା ମଉଜ ମିଶ୍ର ଧରିବାରେ ପୁଲିସ ସକ୍ଷମ ହୋଇନାହଁ। ତେବେ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଲେ ଗଞ୍ଜାମ ଜିଲ୍ଲା ଦୌରାଜଜ ।

୨୦୧୩ ଜାନୁଆରୀ ୨୯ରେ ଗୋଷାଣୀନୂଆଗାଁ ଅଞ୍ଚଳରେ ହତ୍ୟା କରିଥିଲେ । ଗୁଳି ସହ ବୋମାମାଡ଼ କରି ପୋଖରୀ ଭିତରେ ସଂଘବଦ୍ଧ ହତ୍ୟା କରିଥିଲେ। ମାମଲାରେ ମୋଟ ୧୨ ଜଣ ଗିରଫଙ୍କ ମଧ୍ୟରୁ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ ।