ପିପିଲିରେ ମାଙ୍କଡ଼ ଆତଙ୍କ, ୭ ଆହତ
ପିପିଲି: ପିପିଲିରେ ମାଙ୍କଡ଼ ଆତଙ୍କ। ମାଙ୍କଡ଼ କାମୁଡ଼ାରେ ୭ ଆହତ। ମାଙ୍କଡ଼ କାମୁଡ଼ାରେ ସାତ ଆହତ ମଧ୍ୟରୁ ୩ ଗୁରୁତର ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ। ସୂଚନା ଅନୁସାରେ ପିପିଲି ଏନ ଏ ଏସି ଦୁଇ ଓ ତିନି ନମ୍ବର ୱାର୍ଡରେ କୋଡିଏରୁ ଉର୍ଦ୍ଧ୍ବ ମାଙ୍କଡ଼ ଆତଙ୍କ ଖେଳାଉ ଥିବା ବେଳେ ମାଙ୍କଡ଼ ଭୟରେ ପିଲା ମାନେ ବିଦ୍ୟାଳୟ ଓ ଅଙ୍ଗନବାରଡିକୁ ଯିବାକୁ ଭୟ କରୁଛନ୍ତି, ଏପରିକି ଘରୁ ବାହାରିଲେ ମେଳି ବାନ୍ଧି ବାହାରିବାକୁ ପଡୁଛି, ହାତରେ […]

ପିପିଲି: ପିପିଲିରେ ମାଙ୍କଡ଼ ଆତଙ୍କ। ମାଙ୍କଡ଼ କାମୁଡ଼ାରେ ୭ ଆହତ। ମାଙ୍କଡ଼ କାମୁଡ଼ାରେ ସାତ ଆହତ ମଧ୍ୟରୁ ୩ ଗୁରୁତର ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ। ସୂଚନା ଅନୁସାରେ ପିପିଲି ଏନ ଏ ଏସି ଦୁଇ ଓ ତିନି ନମ୍ବର ୱାର୍ଡରେ କୋଡିଏରୁ ଉର୍ଦ୍ଧ୍ବ ମାଙ୍କଡ଼ ଆତଙ୍କ ଖେଳାଉ ଥିବା ବେଳେ ମାଙ୍କଡ଼ ଭୟରେ ପିଲା ମାନେ ବିଦ୍ୟାଳୟ ଓ ଅଙ୍ଗନବାରଡିକୁ ଯିବାକୁ ଭୟ କରୁଛନ୍ତି, ଏପରିକି ଘରୁ ବାହାରିଲେ ମେଳି ବାନ୍ଧି ବାହାରିବାକୁ ପଡୁଛି, ହାତରେ ବାଡ଼ି ଓ ଠେଙ୍ଗା ଧରି ଘରୁ ବାହାରୁ ଛନ୍ତି ଲୋକେ। ମାଙ୍କଡ଼କୁ ଘଉଡାଇବା ଲାଗି ବାଣ ଓ ବାଜା ବ୍ୟବହାର କରି ଘଉଡ଼ାଇ ଥିଲା ବେଳେ ମାଙ୍କଡ଼ ଆତଙ୍କରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସେପଟେ ମାଙ୍କଡ଼କୁ କାବୁ କରିବା ଲାଗି ବନ ବିଭାଗକୁ ଚିଠି କରିବା ପାଇଁ ପିପିଲି ଏନ ଏ ଏସି ପ୍ରସ୍ତୁତ ହେଉଥିବା ବେଳେ ମାଙ୍କଡ଼ ଦାଉରୁ ପୌର ବାସୀ କିଭଳି ହଇରାଣ ହରକତ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପିପିଲି ଏନ ଏ ଏସି ଅଧ୍ୟକ୍ଷ।