ନୂଆ ରୋଡ୍, ମରାମତି ଓ ହସ୍ତାନ୍ତର ପାଇଁ କାମ କରିବ ପଲିସି,ଓଡ଼ିଶା ରୋଡ୍‌ ନେଟୱର୍କରେ ହେବ ୧ ନମ୍ବର

ଭୁବନେଶ୍ବର ୧୭/୧୧: ଖୁବ ଶୀଘ୍ର ନୂଆ ରୋଡ୍‌ ପଲିସି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ,ନଗର ଉନ୍ନୟନ,ଜଳସଂପଦ ସମସ୍ତ ବିଭାଗକୁ ନେଇ ଆସିବ ୟୁନିଫର୍ମ ପଲିସି । ତାଳମେଳ ରକ୍ଷା କରିବା ପାଇଁ କମନ୍ ରୋଡ୍‌ ପଲିସି ଅଣାଯିବ । ପଲିସିର ବିଭିନ୍ନ ଦିଗକୁ ତର୍ଜମା କରାଯାଉଛି । ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ନୂଆ ରୋଡ୍‌,ମରାମତି ଓ ହସ୍ତାନ୍ତର ସବୁ କାମ ପାଇଁ ପଲିସି କାର୍ଯ୍ୟ କରିବ । ସର୍ବଭାରତୀୟ ସ୍ତରରେ ଓଡ଼ିଶା ରୋଡ୍‌ ନେଟୱାର୍କରେ ୧ ନମ୍ବର ହେବ । 