ବିଲ୍ ଗେଟସ୍ ଭାରତକୁ କହିଲେ- ‘ଏହା ଏକ ପ୍ରକାର ଲାବରେଟରୀ’, ଜାଣନ୍ତୁ କ’ଣ କହିଲେ ନେଟିଜେନସ୍?

ନୂଆଦିଲ୍ଲୀ ୩।୧୨: ଏକ ପଡକାଷ୍ଟରେ ବିଲ୍ ଗେଟସ୍‌ କହିଛନ୍ତି ‘ଭାରତ ଏକ ଏପରି ଦେଶର ଉଦାହରଣ, ଯେଉଁଠି ଅନେକ ଜିନିଷ ଜଟିଳ, ହେଲେ ଦେଶରେ ଏବେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷାରେ ସୁଧାର ହେଉଛି। ସେହିପରି ଭାରତ ସରକାର ରାଜସ୍ୱକୁ ଏତେ ମଜଭୁତ କରିଛନ୍ତି ଯେ ହୋଇପାରେ ୨୦ ବର୍ଷ ପରେ ଭାରତୀୟ ଲୋକେ ବେଶ୍ ଭଲରେ ଥିବେ’।ସେ କହିଛନ୍ତି ଯେ ଭାରତ ଏକ ପ୍ରକାରର ପ୍ରୟୋଗଶାଳା ବା ଲାବରେଟରୀ, ଯେଉଁଠି ଆପଣ କୌଣସି କଥାର ପରୀକ୍ଷା କରିପାରିବେ। ଏହା ଭାରତରେ ସଫଳରେ ଅନ୍ୟସ୍ଥାନରେ ପ୍ରୟୋଗ କରିପାରିବେ। India is a laboratory, and we Indians are Guinea Pigs for Bill GatesThis person has managed everyone from the Government to opposition parties to the mediaHis office operates here without FCRA, and our education system has made him a hero!I don't know when we will wake up! pic.twitter.com/dxuCvQ44gg— Vijay Patel???????? (@vijaygajera) December 2, 2024ବିଲ୍ ଗେଟସ୍ ପଡକାଷ୍ଟରେ ଦେଇଥିବା ବୟାନ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏପରି ବୟାନ ପାଇଁ ନେଟିଜେନସ୍ ବିଲ୍ ଙ୍କୁ ଜର୍ଜ ସୋରସଙ୍କ ସହ ତୁଳନା ମଧ୍ୟ କରିଛନ୍ତି। ତେବେ ଆଉ କେତେକ ୟୁଜର ବିଲ୍‌ ଙ୍କ ସପକ୍ଷରେ ବି ଆସିଛନ୍ତି କହିଛନ୍ତି ଏହା ତାଙ୍କର ସକରାତ୍ମକ ବିଚାର। ସେ ଏଠାରେ ସକରାତ

ବିଲ୍ ଗେଟସ୍ ଭାରତକୁ କହିଲେ- ‘ଏହା ଏକ ପ୍ରକାର ଲାବରେଟରୀ’, ଜାଣନ୍ତୁ କ’ଣ କହିଲେ ନେଟିଜେନସ୍?

ନୂଆଦିଲ୍ଲୀ ୩।୧୨: ଏକ ପଡକାଷ୍ଟରେ ବିଲ୍ ଗେଟସ୍‌ କହିଛନ୍ତି ‘ଭାରତ ଏକ ଏପରି ଦେଶର ଉଦାହରଣ, ଯେଉଁଠି ଅନେକ ଜିନିଷ ଜଟିଳ, ହେଲେ ଦେଶରେ ଏବେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷାରେ ସୁଧାର ହେଉଛି। ସେହିପରି ଭାରତ ସରକାର ରାଜସ୍ୱକୁ ଏତେ ମଜଭୁତ କରିଛନ୍ତି ଯେ ହୋଇପାରେ ୨୦ ବର୍ଷ ପରେ ଭାରତୀୟ ଲୋକେ ବେଶ୍ ଭଲରେ ଥିବେ’।

ସେ କହିଛନ୍ତି ଯେ ଭାରତ ଏକ ପ୍ରକାରର ପ୍ରୟୋଗଶାଳା ବା ଲାବରେଟରୀ, ଯେଉଁଠି ଆପଣ କୌଣସି କଥାର ପରୀକ୍ଷା କରିପାରିବେ। ଏହା ଭାରତରେ ସଫଳରେ ଅନ୍ୟସ୍ଥାନରେ ପ୍ରୟୋଗ କରିପାରିବେ। 


ବିଲ୍ ଗେଟସ୍ ପଡକାଷ୍ଟରେ ଦେଇଥିବା ବୟାନ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏପରି ବୟାନ ପାଇଁ ନେଟିଜେନସ୍ ବିଲ୍ ଙ୍କୁ ଜର୍ଜ ସୋରସଙ୍କ ସହ ତୁଳନା ମଧ୍ୟ କରିଛନ୍ତି। ତେବେ ଆଉ କେତେକ ୟୁଜର ବିଲ୍‌ ଙ୍କ ସପକ୍ଷରେ ବି ଆସିଛନ୍ତି କହିଛନ୍ତି ଏହା ତାଙ୍କର ସକରାତ୍ମକ ବିଚାର। ସେ ଏଠାରେ ସକରାତ୍ମକ ଜିନିଷର ବିକାଶ ଉପରେ କହୁଛନ୍ତି, ଯାହା ସବୁ ସ୍ଥାନରେ କାମ କରେ। ଯେପରି ଉଦାହରଣରେ ଆମେ ୟୁପିଆଇ(ଭାରତର ଡିଜିଟାଲ ପେମେଣ୍ଟ ଇକୋ ସିଷ୍ଟମ)କୁ ନେଇ ପାରିବା ବୋଲି କହିଛନ୍ତି। କାରଣ ଏହା ଏକ ସକରାତ୍ମକ ବିଚାର। 


ସେହିପରି ଭାରତ ଏକ ଜଟିଳ ଦେଶ, ଯଦି ଏଠାରେ ମାନବ ବିକାଶ କାର୍ଯ୍ୟକ୍ରମ ସଫଳ ହୁଏ ଏହା ଅନ୍ୟ ସ୍ଥାନରେ ମଧ୍ୟ ସଫଳ ହେବାର ଭଲ ସମ୍ଭାବନା ରହିଛି। ଏହା ମଧ୍ୟ ବିକାଶ କାର୍ଯ୍ୟକ୍ରମକୁ ସଫଳତାର ସହ ଚଳାଇବାକୁ ଭାରତୀୟଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅନ୍ୟ ଜଣେ ନେଟିଜେନ କହିଛନ୍ତି। ତେବେ ଅନେକ ୟୁଜର ବିଲ୍‌ ଙ୍କୁ ଭାରତ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଟ୍ରୋଲ କରିଛନ୍ତି।