ପୁଣେରେ ମାରାତ୍ମକ ‘ଗୁଲେନ ବୈରୀ ସିଂଡ୍ରୋମ’ ଆତଙ୍କ; ଜଣେ ମୃତ, ଭେଣ୍ଟିଲେଟରରେ ୧୬ଜଣ
ପୁଣେ: ମହାରାଷ୍ଟ୍ର ପୁଣେରେ ଜିବିଏସ ରୋଗ ଆତଙ୍କ । ସପ୍ତାହେ ଭିତରେ 'ଗୁଲେନ ବୈରୀ ସିଂଡ୍ରୋମ'ରେ ଶତାଧିକ ସଂକ୍ରମିତ । ୧୬ଜଣଙ୍କୁ ଗୁରୁତର ଅବସ୍ଥା ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ମାରାତ୍ମକ ରୋଗରେ ଜଣେ ବ୍ୟକ୍ତିଙ୍କ ହୋଇଥିବା ସୂଚନା ରହିଛି । ମୃତକ ହେଉଛନ୍ତି ସୋଲାପୁର ଅଞ୍ଚଳର । ତେବେ ଏହି ରୋଗକୁ ନେଇ ସରକାରୀ ଭାବେ କୌଣସି ବୟାନ ସାମ୍ନାକୁ ଆସିନାହିଁ । ରିପୋର୍ଟ ଅନୁଯାୟୀ, ଜିବିଏସ ରୋଗରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ପୁଣେରୁ ସଂକ୍ରମିତ ହେବା ପରେ ସେ ସୋଲାପୁର ଗସ୍ତ କରିଥିଲେ । ଗୁଲେନ୍ ବୈରୀ ସିଂଡ୍ରୋମର ଲକ୍ଷ୍ୟଣ:-'ଗୁଲେନ ବୈରୀ ସିଂଡ୍ରୋମ' ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ୍ ଡିଜ୍ଅର୍ଡର ଅଟେ । ଏହି ରୋଗ ମଣିଷ ଶରୀରର ଇନ୍ୟୁନ ସିଷ୍ଟମରେ ଥିବା ନର୍ଭକୁ ଆଟାକ୍ କରିଥାଏ । ଯାହାଫଳରେ ଆକ୍ରାନ୍ତ ବ୍ୟକ୍ତି ବସିବା ଓ ଉଠିବାରେ ସମସ୍ୟା ଏବଂ ଚଲାବୁଲା କରିବାରେ ସମସ୍ୟା ଅନୁଭବ କରିଥାନ୍ତି । ଏହି ରୋଗରେ ଆକ୍ରାନ୍ତ ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ପକ୍ଷାଘାତ ଏହି ରୋଗର ଏକ ଲକ୍ଷଣ ବୋଲି କୁହାଯାଉଛି । କହିବାକୁ ଗଲେ, ମଣିଷ ଶରୀରରେ ଦୁଇ ପ୍ରକାର ନର୍ଭ ସିଷ୍ଟମ ରହିଛି । ପ୍ରଥମ ସେଣ୍ଟ୍ରାଲ୍ ନର୍ଭ ସିଷ୍ଟମ କୁହାଯାଏ । ଏଥିରେ ମେରୁହାଡ଼ ଏବଂ ମତିଷ୍କର କିଛି ଅଂଶ ରହିଛି । ସେହିପରି ଦ୍ବିତୀୟକୁ ପେରିଫେରଲ୍ ନର୍ଭ ସିଷ୍ଟମ କୁହାଯାଏ । 'ଗୁଲେନ ବୈରୀ ସିଂଡ୍ରୋମ'ରେ ଇମ୍ୟୁନ ସିଷ୍ଟମ
ପୁଣେ: ମହାରାଷ୍ଟ୍ର ପୁଣେରେ ଜିବିଏସ ରୋଗ ଆତଙ୍କ । ସପ୍ତାହେ ଭିତରେ 'ଗୁଲେନ ବୈରୀ ସିଂଡ୍ରୋମ'ରେ ଶତାଧିକ ସଂକ୍ରମିତ । ୧୬ଜଣଙ୍କୁ ଗୁରୁତର ଅବସ୍ଥା ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ମାରାତ୍ମକ ରୋଗରେ ଜଣେ ବ୍ୟକ୍ତିଙ୍କ ହୋଇଥିବା ସୂଚନା ରହିଛି । ମୃତକ ହେଉଛନ୍ତି ସୋଲାପୁର ଅଞ୍ଚଳର । ତେବେ ଏହି ରୋଗକୁ ନେଇ ସରକାରୀ ଭାବେ କୌଣସି ବୟାନ ସାମ୍ନାକୁ ଆସିନାହିଁ । ରିପୋର୍ଟ ଅନୁଯାୟୀ, ଜିବିଏସ ରୋଗରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ପୁଣେରୁ ସଂକ୍ରମିତ ହେବା ପରେ ସେ ସୋଲାପୁର ଗସ୍ତ କରିଥିଲେ ।
ଗୁଲେନ୍ ବୈରୀ ସିଂଡ୍ରୋମର ଲକ୍ଷ୍ୟଣ:-
'ଗୁଲେନ ବୈରୀ ସିଂଡ୍ରୋମ' ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ୍ ଡିଜ୍ଅର୍ଡର ଅଟେ । ଏହି ରୋଗ ମଣିଷ ଶରୀରର ଇନ୍ୟୁନ ସିଷ୍ଟମରେ ଥିବା ନର୍ଭକୁ ଆଟାକ୍ କରିଥାଏ । ଯାହାଫଳରେ ଆକ୍ରାନ୍ତ ବ୍ୟକ୍ତି ବସିବା ଓ ଉଠିବାରେ ସମସ୍ୟା ଏବଂ ଚଲାବୁଲା କରିବାରେ ସମସ୍ୟା ଅନୁଭବ କରିଥାନ୍ତି । ଏହି ରୋଗରେ ଆକ୍ରାନ୍ତ ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ପକ୍ଷାଘାତ ଏହି ରୋଗର ଏକ ଲକ୍ଷଣ ବୋଲି କୁହାଯାଉଛି ।
କହିବାକୁ ଗଲେ, ମଣିଷ ଶରୀରରେ ଦୁଇ ପ୍ରକାର ନର୍ଭ ସିଷ୍ଟମ ରହିଛି । ପ୍ରଥମ ସେଣ୍ଟ୍ରାଲ୍ ନର୍ଭ ସିଷ୍ଟମ କୁହାଯାଏ । ଏଥିରେ ମେରୁହାଡ଼ ଏବଂ ମତିଷ୍କର କିଛି ଅଂଶ ରହିଛି । ସେହିପରି ଦ୍ବିତୀୟକୁ ପେରିଫେରଲ୍ ନର୍ଭ ସିଷ୍ଟମ କୁହାଯାଏ । 'ଗୁଲେନ ବୈରୀ ସିଂଡ୍ରୋମ'ରେ ଇମ୍ୟୁନ ସିଷ୍ଟମର ପେରିଫେରଲ୍ ନର୍ଭ ସିଷ୍ଟମକୁ ଆଟାକ୍ କରିଥାଏ । ବିଶ୍ବସ୍ତରରେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରେ ୭.୫ ପ୍ରତିଶତ ରୋଗୀଙ୍କ ପ୍ରାଣହାନୀ ହୋଇଥାଏ । ଗୁଲେନ ବୈରୀ ସିଂଡ୍ରୋମ୍ ଏକ ମରାତ୍ମକ ରୋଗ। ପ୍ରତିବର୍ଷ ଲକ୍ଷେ ଲୋକଙ୍କ ମଧ୍ୟରେ ଜଣେରୁ ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗରେ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଓ୍ବେଲ୍ଟଙ୍କ ମୃତ୍ୟୁ ହୋଇଥିଲା ।