ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ଵସ୍ତି, ଜୟା ଶେଟ୍ଟି ହତ୍ୟା ମାମଲାରେ ବମ୍ଵେ ହାଇଟକୋର୍ଟ ଦେଲେ ଜାମିନ

ଜୟା ଶେଟ୍ଟି ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ଏହି ମାମଲାରେ ଛୋଟା ରାଜନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ସହ ଆଜୀବନ କାରାଦଣ୍ଡ ମଧ୍ୟ ବାତିଲ କରିଛନ୍ତି। ତେବେ ଛୋଟା ରାଜନ ତଥାପି ଜେଲରେ ରହିବେ । କାରଣ ତାଙ୍କ ବିରୋଧରେ ଅନ୍ୟାନ୍ୟ ଅପରାଧିକ ମାମଲା ବିଚାରାଧୀନ ଅଛି। କହିବାକୁ ଗଲେ ୨୦୦୧ରେ ହୋଟେଲ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା। ମେ ୩୦, ୨୦୨୪ ରେ, ସ୍ୱତନ୍ତ୍ର MCOCA କୋର୍ଟ ଏହି ମାମଲାରେ ରାଜନ ଏବଂ ଅନ୍ୟ ଦୋଷୀଙ୍କୁ ଦଣ୍ଡିତ କରିଥିଲେ।ବମ୍ବେ ହାଇକୋର୍ଟ ବୁଧବାର ଅର୍ଥାତ୍‌ ୨୩ ଅକ୍ଟୋବର ୨୦୨୪ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଦଣ୍ଡକୁ ସ୍ଥଗିତ ରଖାଯିବା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ପ୍ରୀତିରାଜ ଚହ୍ଵାନଙ୍କ ଡିଭିଜନ ବେଞ୍ଚ ଏକ ଲକ୍ଷ ଟଙ୍କା ଜାମିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡିବ।

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ଵସ୍ତି, ଜୟା ଶେଟ୍ଟି ହତ୍ୟା ମାମଲାରେ ବମ୍ଵେ ହାଇଟକୋର୍ଟ ଦେଲେ ଜାମିନ

ଜୟା ଶେଟ୍ଟି ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ଏହି ମାମଲାରେ ଛୋଟା ରାଜନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ସହ ଆଜୀବନ କାରାଦଣ୍ଡ ମଧ୍ୟ ବାତିଲ କରିଛନ୍ତି। ତେବେ ଛୋଟା ରାଜନ ତଥାପି ଜେଲରେ ରହିବେ । କାରଣ ତାଙ୍କ ବିରୋଧରେ ଅନ୍ୟାନ୍ୟ ଅପରାଧିକ ମାମଲା ବିଚାରାଧୀନ ଅଛି। କହିବାକୁ ଗଲେ ୨୦୦୧ରେ ହୋଟେଲ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା। ମେ ୩୦, ୨୦୨୪ ରେ, ସ୍ୱତନ୍ତ୍ର MCOCA କୋର୍ଟ ଏହି ମାମଲାରେ ରାଜନ ଏବଂ ଅନ୍ୟ ଦୋଷୀଙ୍କୁ ଦଣ୍ଡିତ କରିଥିଲେ।

ବମ୍ବେ ହାଇକୋର୍ଟ ବୁଧବାର ଅର୍ଥାତ୍‌ ୨୩ ଅକ୍ଟୋବର ୨୦୨୪ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଦଣ୍ଡକୁ ସ୍ଥଗିତ ରଖାଯିବା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ପ୍ରୀତିରାଜ ଚହ୍ଵାନଙ୍କ ଡିଭିଜନ ବେଞ୍ଚ ଏକ ଲକ୍ଷ ଟଙ୍କା ଜାମିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡିବ।