ପ୍ରକାଶ ପାଇଲା OJEE ରେଜଲ୍ଟ
ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪) ରେଜଲ୍ଟ I ପରୀକ୍ଷା ଫଳ ପ୍ରକାଶ ପରେ ବି.ଫାର୍ମରେ ସାଗରିକରେ ଦାଶ ଟପର ହୋଇଥିବାବେଳେ ଏମ.ଫାର୍ମରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି I ସେହିପରି ଏମବିଏ ରେ ସୂର୍ଯ୍ୟକାନ୍ତ ପୃଷ୍ଟି,ଏମ୍ସିଏ/ଏମଏସସି ରେ ବ୍ରହ୍ମାନନ୍ଦ ମହାରଣା ଏବଂ ଏଲ.ଇ.ଟେକ ଡିପ୍ଲୋମାରେ ବିଲଟୁ ମଣ୍ଡଳ,ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ପୂର୍ବୀ ପ୍ରିୟା ନାୟକ ଟପ୍ପର ହୋଇଛନ୍ତି । ସମୁଦାୟ ୧୧ ଟି ବିଭାଗରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ୫୬ […]

ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪) ରେଜଲ୍ଟ I ପରୀକ୍ଷା ଫଳ ପ୍ରକାଶ ପରେ ବି.ଫାର୍ମରେ ସାଗରିକରେ ଦାଶ ଟପର ହୋଇଥିବାବେଳେ ଏମ.ଫାର୍ମରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି I ସେହିପରି ଏମବିଏ ରେ ସୂର୍ଯ୍ୟକାନ୍ତ ପୃଷ୍ଟି,ଏମ୍ସିଏ/ଏମଏସସି ରେ ବ୍ରହ୍ମାନନ୍ଦ ମହାରଣା ଏବଂ ଏଲ.ଇ.ଟେକ ଡିପ୍ଲୋମାରେ ବିଲଟୁ ମଣ୍ଡଳ,ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ପୂର୍ବୀ ପ୍ରିୟା ନାୟକ ଟପ୍ପର ହୋଇଛନ୍ତି । ସମୁଦାୟ ୧୧ ଟି ବିଭାଗରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ୫୬ ହଜାର ୪୭ ଜଣ ପରୀକ୍ଷା ଦେଇଥିଲେ । ୫୬ ହଜାର ପରୀକ୍ଷାର୍ଥୀଙ୍କୁ ମିଳିଛି ରାଙ୍କ କାର୍ଡ । ପରୀକ୍ଷାର୍ଥୀମାନେ www.ojee.nic.inରେ ନିଜର ର଼୍ୟାଙ୍କ କାର୍ଡ ପାଇପାରିବେ।
ସୂଚନାନୁସାରେ, ଚଳିତବର୍ଷ ଓଜେଇଇ ପରୀକ୍ଷା ୬.୫.୨୦୨୪ରୁ ୧୦.୦୫.୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମା, ଏଲ୍ଇ-ଟେକ୍, ଏଲ୍ଇ-ଟେକ୍ (ବିଏସ୍ସି), ବି କ୍ୟାଟ୍, ଏମ୍ବିଏ, ଏମ୍ସିଏ, ଏଲ୍ଇ-ଫାର୍ମା,ଏମ୍ ଫାର୍ମା, ଏମ୍ ଆର୍ଚ, ଏମ୍ ପ୍ଲାନ୍, ଏମ୍ ଟେକ୍ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଚଳିତବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲାର ୫୭ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୦୩ଟି ସହ ଯଥା କୋଲକାତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର ହୋଇଥିଲା।