ପୁରୀରୁ କୋଟିଏ ଟଙ୍କାର ବ୍ରାଉନ୍ ସୁଗାର ଜବତ

ପୁରୀ : STF ପଞ୍ଝାରେ ବ୍ରାଉନ ସୁଗାର ବ୍ୟବସାୟୀ I ତାଙ୍କ ପାଖରୁ ଜବତ ହୋଇଛି କେଜିଏରୁ ଊର୍ଦ୍ଧ୍ୱ ବ୍ରାଉନ୍ ସୁଗାର । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ବୋଲି ଜଣା ପଡିଛି I ବ୍ରାଉନସୁଗାର ଡ଼ିଲ ବେଳେ ଧରିଛି STF I ନିଶା ବେପାରୀ ଜଣଙ୍କ ପୁରୀ ନିମାପଡ଼ାରୁ ଗିରଫ ହୋଇଛି । ତାଙ୍କ ନାଁ ପପୁଲୁ ଓରଫ ସୁଜିତ ମହାନ୍ତି I ରାଜ୍ୟରେ ଖୁଲମାଖୁଲା ଚାଲିଛି ବ୍ରାଉନସୁଗାର ବେପାର । ଯେତେ […]

ପୁରୀରୁ କୋଟିଏ ଟଙ୍କାର ବ୍ରାଉନ୍ ସୁଗାର ଜବତ
ପୁରୀରୁ କୋଟିଏ ଟଙ୍କାର ବ୍ରାଉନ୍ ସୁଗାର ଜବତ

ପୁରୀ : STF ପଞ୍ଝାରେ ବ୍ରାଉନ ସୁଗାର ବ୍ୟବସାୟୀ I ତାଙ୍କ ପାଖରୁ ଜବତ ହୋଇଛି କେଜିଏରୁ ଊର୍ଦ୍ଧ୍ୱ ବ୍ରାଉନ୍ ସୁଗାର । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ବୋଲି ଜଣା ପଡିଛି I ବ୍ରାଉନସୁଗାର ଡ଼ିଲ ବେଳେ ଧରିଛି STF I ନିଶା ବେପାରୀ ଜଣଙ୍କ ପୁରୀ ନିମାପଡ଼ାରୁ ଗିରଫ ହୋଇଛି । ତାଙ୍କ ନାଁ ପପୁଲୁ ଓରଫ ସୁଜିତ ମହାନ୍ତି I ରାଜ୍ୟରେ ଖୁଲମାଖୁଲା ଚାଲିଛି ବ୍ରାଉନସୁଗାର ବେପାର । ଯେତେ ଖୋଜିଲେ ବି ମାଷ୍ଟରମାଇଣ୍ଡର ଟେର ପାଉନି ପୋଲିସ । ନିଶା ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ STF ଟମ୍ । ଯୋଜନାମୂତାବକ ନିଶା କାରବାର ଚାଲୁଥିବାବେଳେ STF ହାତରେ ଧରାପଡିଛି ବେପାରୀ I ପୂର୍ବରୁ କ୍ରାଇମବ୍ରାଞ୍ଚ STF ଖବର ପାଇ ସେହି ଅଞ୍ଚଳରେ ଜଗି ରହିଥିଲେ । ତେବେ ଜବତ ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏମାନେ କାହା ପାଖକୁ ନେଇ ଯାଉଥିଲେ । ତାର ଖୋଳତାଡ଼ କରୁଛି STF I