ନିର୍ବାଚନ ପରବର୍ତ୍ତୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୬ ଆହତ

ବାଙ୍କୀ: ବେଦପୁର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା। ଏଠାରେ ବିଜେଡି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ଛଅ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବଶ୍ୟ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି। ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।ସୂଚନା ଅନୁଯାୟୀ, ଭୋଟ ପୂର୍ବ ଦିନ ଅର୍ଥାତ୍‌ ଶୁକ୍ରବାରଠାରୁ ଗାଁରେ ଉତ୍ତେଜନା ମାହୋଲ ରହିଥିଲା। ଆଉ  ନିର୍ବାଚନ ପରେ କୌଣସି କାରଣକୁ ନେଇ କିଛି ବିଜେଡି କର୍ମୀ କଂଗ୍ରେସ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଏମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ପରେ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ନିର୍ବାଚନ ପରବର୍ତ୍ତୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୬  ଆହତ

ବାଙ୍କୀ: ବେଦପୁର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା। ଏଠାରେ ବିଜେଡି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ଛଅ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବଶ୍ୟ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି। ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।

ସୂଚନା ଅନୁଯାୟୀ, ଭୋଟ ପୂର୍ବ ଦିନ ଅର୍ଥାତ୍‌ ଶୁକ୍ରବାରଠାରୁ ଗାଁରେ ଉତ୍ତେଜନା ମାହୋଲ ରହିଥିଲା। ଆଉ  ନିର୍ବାଚନ ପରେ କୌଣସି କାରଣକୁ ନେଇ କିଛି ବିଜେଡି କର୍ମୀ କଂଗ୍ରେସ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଏମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ପରେ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।