ସମ୍ବଲପୁରରେ ପୁଣି ଉଚ୍ଛେଦ, ଲାଗିଲା ୧୬୩ ଧାରା ଜାରି

ସମ୍ବଲପୁର ୦୨।୦୧ : ସମ୍ବଲପୁରରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଏଥିପାଇଁ ୧୬୩ ଧାରା ଲାଗୁ କରାଯାଇଛି । ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦ ସମୟରେ ଯେମିତି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ୧୬୩ ଧାରା ଜାରି କରାଯାଇଛି । ଖବର ଅନୁଯାୟୀ, ସମ୍ବଲପୁର ଭୂତାପଡ଼ା ଛକରୁ ଧନକଉଡା ଯାଏଁ ଚାଲିଛି ଜବରଦଖଲ ଉଚ୍ଛେଦ । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରାଯାଇଛି । ଏହାସହିତ  ଏହି ଉଚ୍ଛେଦ କାମରେ ୨ ଅତିରିକ୍ତ ଏସ୍‌ପି, ୨ ଏସ୍‌ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  

ସମ୍ବଲପୁରରେ ପୁଣି ଉଚ୍ଛେଦ, ଲାଗିଲା ୧୬୩ ଧାରା ଜାରି

ସମ୍ବଲପୁର ୦୨।୦୧ : ସମ୍ବଲପୁରରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଏଥିପାଇଁ ୧୬୩ ଧାରା ଲାଗୁ କରାଯାଇଛି । ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦ ସମୟରେ ଯେମିତି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ୧୬୩ ଧାରା ଜାରି କରାଯାଇଛି । 

ଖବର ଅନୁଯାୟୀ, ସମ୍ବଲପୁର ଭୂତାପଡ଼ା ଛକରୁ ଧନକଉଡା ଯାଏଁ ଚାଲିଛି ଜବରଦଖଲ ଉଚ୍ଛେଦ । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରାଯାଇଛି । ଏହାସହିତ  ଏହି ଉଚ୍ଛେଦ କାମରେ ୨ ଅତିରିକ୍ତ ଏସ୍‌ପି, ୨ ଏସ୍‌ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।