ଅଦିନିଆ ବର୍ଷାରେ ପ୍ରଭାବିତ ସିଲଭର ସିଟି, ପ୍ରଭାବିତ ହେଲେ କଟକିଆ

କଟକ ୧୯/୦୩ : ଅଦିନିଆ ବର୍ଷା ଯୋଗୁଁ, ପ୍ରଭାବିତ ହୋଇଛି କଟକିଆଙ୍କ ଜୀବନଯାତ୍ରା । ରାସ୍ତାଘାଟରେ ସେଭଳି ଲୋକ ନାହାଁନ୍ତି , ଏବଂ ଗାଡି ମୋଟରର ଚଳାଚଳ ମଧ୍ୟ ସେତେମାତ୍ରାରେ ନାହିଁ । ସୋମବାର ରାତିରୁ ପାଗ ବଦଳିବା ଆରମ୍ଭ ହୋଇଛି । ମଧ୍ୟ ରାତ୍ରରେ କାଳବୈଶାଖୀ ଜନିତ ଝଡ ହୋଇଥିଲା କଟକ ସହରରେ ଏବଂ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । ଯଦିଓ ବର୍ଷାର ପରମାଣ ସେତେ ଅଧିକ ନୁହେଁ, କିନ୍ତୁ ସବୁଆଡେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଅପରାହ୍ନ ବେଳକୁ ବର୍ଷା ସାମାନ୍ୟ କମିଛି, ହେଲେ କେବେ କେବେ ହାଲକା ବର୍ଷା ମଧ୍ୟ ହେଉଛି । ତେବେ କିଛି ଯାଗାରେ ରାସ୍ତା ଉପରେ ପାଣି ଜମି ରହିଛି  । ଯାହା ଜନଜୀବନକୁ ପ୍ରଭାବିତ କରିଛି । ଏଭଳି ଅଦିନିଆ ବର୍ଷା କାରଣରୁ, କ୍ଷୁଦ୍ର ବ୍ୟବସାୟୀ ମାନେ ଖୁବ କ୍ଷତି ସହିଛନ୍ତି । ଯେହେତୁ ବଜାରରେ ଲୋକ ନାହାଁନ୍ତି, ତେଣୁ କାରବାର ଏକ ପ୍ରକାର ଠପ୍‌ କହିଲେ । ରାସ୍ତା କଡରେ ବେପାର କରୁଥିବା ଶତାଧିକ ବ୍ୟବସାୟୀ, ରିକ୍ସା ଚାଳକ, ଅଟୋ ଚାଳକ ଏପରିକି ସାହି ଭିତରେ ଖୋଲିଥିବା ଛୋଟ ଛୋଟ ଦୋକାନ ଗୁଡିକରେ ବେପାର ନାହିଁ କହିଲେ ଚଳେ । ତେବେ ଏଭଳି ବର୍ଷା ଯୋଗୁଁ ତାପମାତ୍ରା କମିଛି । ଲମ୍ବା ସମୟ ପରେ , କଟକ ସହର ବାସିନ୍ଦା ମାନେ ଶୀତଳତା ଅନୁଭବ କରିଛନ୍ତି । 

ଅଦିନିଆ ବର୍ଷାରେ ପ୍ରଭାବିତ ସିଲଭର ସିଟି, ପ୍ରଭାବିତ ହେଲେ କଟକିଆ

କଟକ ୧୯/୦୩ : ଅଦିନିଆ ବର୍ଷା ଯୋଗୁଁ, ପ୍ରଭାବିତ ହୋଇଛି କଟକିଆଙ୍କ ଜୀବନଯାତ୍ରା । ରାସ୍ତାଘାଟରେ ସେଭଳି ଲୋକ ନାହାଁନ୍ତି , ଏବଂ ଗାଡି ମୋଟରର ଚଳାଚଳ ମଧ୍ୟ ସେତେମାତ୍ରାରେ ନାହିଁ । ସୋମବାର ରାତିରୁ ପାଗ ବଦଳିବା ଆରମ୍ଭ ହୋଇଛି । ମଧ୍ୟ ରାତ୍ରରେ କାଳବୈଶାଖୀ ଜନିତ ଝଡ ହୋଇଥିଲା କଟକ ସହରରେ ଏବଂ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । 


ଯଦିଓ ବର୍ଷାର ପରମାଣ ସେତେ ଅଧିକ ନୁହେଁ, କିନ୍ତୁ ସବୁଆଡେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଅପରାହ୍ନ ବେଳକୁ ବର୍ଷା ସାମାନ୍ୟ କମିଛି, ହେଲେ କେବେ କେବେ ହାଲକା ବର୍ଷା ମଧ୍ୟ ହେଉଛି । ତେବେ କିଛି ଯାଗାରେ ରାସ୍ତା ଉପରେ ପାଣି ଜମି ରହିଛି  । ଯାହା ଜନଜୀବନକୁ ପ୍ରଭାବିତ କରିଛି । 


ଏଭଳି ଅଦିନିଆ ବର୍ଷା କାରଣରୁ, କ୍ଷୁଦ୍ର ବ୍ୟବସାୟୀ ମାନେ ଖୁବ କ୍ଷତି ସହିଛନ୍ତି । ଯେହେତୁ ବଜାରରେ ଲୋକ ନାହାଁନ୍ତି, ତେଣୁ କାରବାର ଏକ ପ୍ରକାର ଠପ୍‌ କହିଲେ । ରାସ୍ତା କଡରେ ବେପାର କରୁଥିବା ଶତାଧିକ ବ୍ୟବସାୟୀ, ରିକ୍ସା ଚାଳକ, ଅଟୋ ଚାଳକ ଏପରିକି ସାହି ଭିତରେ ଖୋଲିଥିବା ଛୋଟ ଛୋଟ ଦୋକାନ ଗୁଡିକରେ ବେପାର ନାହିଁ କହିଲେ ଚଳେ । ତେବେ ଏଭଳି ବର୍ଷା ଯୋଗୁଁ ତାପମାତ୍ରା କମିଛି । ଲମ୍ବା ସମୟ ପରେ , କଟକ ସହର ବାସିନ୍ଦା ମାନେ ଶୀତଳତା ଅନୁଭବ କରିଛନ୍ତି ।