ଅଭିନେତା ଶନି ଦେୱଲଙ୍କ ଟିକେଟ କାଟିଲା ବିଜେପି; ତରଣଜିତ ସାନ୍ଧୁ ପଞ୍ଜାବରେ ନୂଆ ଚେହେରା

ନୂଆଦିଲ୍ଲୀ: ଶନିବାର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଏଥର ପଞ୍ଜାବରେ ଦଳ ରୋଚକ ପରିବର୍ତ୍ତନ କରିଛି।  ପୂର୍ବତନ ଡିପ୍ଲୋମାଟ ତରଣଜିତ ସାନ୍ଧୁଙ୍କୁ ଅମୃତସରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଗୁରୁଦାସପୁରରୁ ଅଭିନେତା ସନି ଦେଓଲଙ୍କ ଟିକେଟ୍ କାଟି ଦିଆଯାଇଛି। ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ବିଜେପି ମାତ୍ର ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ସବୁଠାରୁ ରୋଚକ କଥା ହେଲା ଦିଲ୍ଲୀ ଉତ୍ତର-ପଶ୍ଚିମ ଆସନରୁ ବର୍ତ୍ତମାନ ସାଂସଦ ଥିବା  ବଲିଉଡ ଗାୟକ ହନ୍ସ ରାଜ ହନ୍ସଙ୍କୁ ଏଥର ପଞ୍ଜାବକୁ ପଠାଯାଇଛି। ହନ୍ସ ରାଜ ଏଥର ଫରିଦକୋଟରୁ ନିର୍ବାଚନ ଲଢ଼ିବେ। ପୂର୍ବତନ କଂଗ୍ରେସ ନେତ୍ରୀ ପ୍ରିଣୀତ କୌର ଓ ରଭନୀତ ସିଂହ ବିଟ୍ଟୁ ବିଜେପିର ଚେହେରା ସାଜି ନିର୍ବାଚନ ଲଢ଼ିବେ। କୌର ପାରମ୍ପରିକ ଆସନ ପଟିଆଲାରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ବିଟ୍ଟୁ ଲୁଧିଆନାରୁ ନିର୍ବାଚନ ଲଢ଼ିବେ। ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କର ପତ୍ନୀ ପ୍ରିଣୀତ କୌର ଏଥର ବିଜେପିରେ ସାମିଲ୍ ହୋଇଛନ୍ତି। ସେହିପରି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିନ୍ତ ସିଂହଙ୍କର ନାତୀ ତଥା ୩ଥର ସାଂସଦ ହୋଇଥିବା ବିଟ୍ଟୁ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିରୁ ଯାଇ ବିଜେପିରେ ମିଶିଥିବା ସୁଶୀଲ କୁମାର ରିଙ୍କୁ ଜଳନ୍ଧରୁ ନିର୍ବାଚନ ଲଢ଼ିବେ।ବିଜେପିର ଅଷ୍ଟମ ପର୍ଯ୍ୟା ପ୍ରାର୍ଥୀ ତାଲିକାର

ଅଭିନେତା ଶନି ଦେୱଲଙ୍କ ଟିକେଟ କାଟିଲା ବିଜେପି; ତରଣଜିତ ସାନ୍ଧୁ ପଞ୍ଜାବରେ ନୂଆ ଚେହେରା

ନୂଆଦିଲ୍ଲୀ: ଶନିବାର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଏଥର ପଞ୍ଜାବରେ ଦଳ ରୋଚକ ପରିବର୍ତ୍ତନ କରିଛି।  ପୂର୍ବତନ ଡିପ୍ଲୋମାଟ ତରଣଜିତ ସାନ୍ଧୁଙ୍କୁ ଅମୃତସରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଗୁରୁଦାସପୁରରୁ ଅଭିନେତା ସନି ଦେଓଲଙ୍କ ଟିକେଟ୍ କାଟି ଦିଆଯାଇଛି। 

ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ବିଜେପି ମାତ୍ର ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ସବୁଠାରୁ ରୋଚକ କଥା ହେଲା ଦିଲ୍ଲୀ ଉତ୍ତର-ପଶ୍ଚିମ ଆସନରୁ ବର୍ତ୍ତମାନ ସାଂସଦ ଥିବା  ବଲିଉଡ ଗାୟକ ହନ୍ସ ରାଜ ହନ୍ସଙ୍କୁ ଏଥର ପଞ୍ଜାବକୁ ପଠାଯାଇଛି। ହନ୍ସ ରାଜ ଏଥର ଫରିଦକୋଟରୁ ନିର୍ବାଚନ ଲଢ଼ିବେ। 

ପୂର୍ବତନ କଂଗ୍ରେସ ନେତ୍ରୀ ପ୍ରିଣୀତ କୌର ଓ ରଭନୀତ ସିଂହ ବିଟ୍ଟୁ ବିଜେପିର ଚେହେରା ସାଜି ନିର୍ବାଚନ ଲଢ଼ିବେ। କୌର ପାରମ୍ପରିକ ଆସନ ପଟିଆଲାରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ବିଟ୍ଟୁ ଲୁଧିଆନାରୁ ନିର୍ବାଚନ ଲଢ଼ିବେ। 

ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କର ପତ୍ନୀ ପ୍ରିଣୀତ କୌର ଏଥର ବିଜେପିରେ ସାମିଲ୍ ହୋଇଛନ୍ତି। ସେହିପରି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିନ୍ତ ସିଂହଙ୍କର ନାତୀ ତଥା ୩ଥର ସାଂସଦ ହୋଇଥିବା ବିଟ୍ଟୁ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିରୁ ଯାଇ ବିଜେପିରେ ମିଶିଥିବା ସୁଶୀଲ କୁମାର ରିଙ୍କୁ ଜଳନ୍ଧରୁ ନିର୍ବାଚନ ଲଢ଼ିବେ।

ବିଜେପିର ଅଷ୍ଟମ ପର୍ଯ୍ୟା ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୩ ଓ ପଶ୍ଚିମବଙ୍ଗରୁ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଯାଜପୁରରୁ ରବିନ୍ଦ୍ର ନାରାୟଣ ବେହେରା, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଭର୍ତ୍ତୃହରି ମହତାବଙ୍କୁ ଦଳ ଟିକେଟ୍ ଦେଇଛି।  ସେହିପରି ପଶ୍ଚିମବଙ୍ଗରେ ଦଳ ପ୍ରନୌତ ଟୁଡୁଙ୍କୁ ଝାରଗ୍ରାମରୁ ପ୍ରାର୍ଥୀ କରିଥିବା ବେଳେ ଦେବାଶିଷଙ୍କୁ ବୀରଭୂମରୁ ଟିକେଟ୍ ଦେଇଛି। 

ଲୋକସଭା ନିର୍ବାଚନ ପାଇଁ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୪୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ସୂଚନା ଥାଉକି ବହୁ ପ୍ରତିକ୍ଷିତ ଲୋକସଭା ନିର୍ବାଚନ ସପ୍ତମ ପର୍ଯ୍ୟୟରେ ହେବ।  ଏପ୍ରିଲ ୧୯ ତାରିଖ ଠାରୁ ଜୁନ ୧ ପର୍ଯ୍ୟନ୍ତ ନିର୍ବାଚନ ହେବ। ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ।