ଲୋକସଭା ସାଂସଦ ଭାବେ ଶପଥ ନେଲେ ଅମୃତପାଲ ଓ ରଶିଦ, ଟେରର ଫଣ୍ଡିଂ ମାମଲାରେ ଜେଲ୍‌ରେ ଥିଲେ

ନୂଆଦିଲ୍ଲୀ ୫/୭:୨୦୧୯ରୁ ଜେଲ୍‌ରେ ଅଛନ୍ତି ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ଓ କାଶ୍ମୀରର ଶ୍ରମିକ ନେତା ଶେଖ ଅବଦୁଲ ଓରଫ ଇଞ୍ଜିନିୟର ରଶିଦ । ଆଜି ଉଭୟ ପାରୋଲରେ ଆସି ଲୋକସଭା ସାଂସଦ ଭାବରେ ନେଇଛନ୍ତି ଶପଥ । ପାର୍ଲାମେଣ୍ଟ କଂପ୍ଲେକ୍ସରେ ଉଭୟ ଶପଥ ନେବା ସମୟରେ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଟେରର ଫଣ୍ଡିଂ ମାମଲାରେ ୨୦୧୯ରୁ ତିହାର ଜେଲ୍‌ରେ ଅଛନ୍ତି ଇଞ୍ଜନିୟର ରଶିଦ । ସେହିପରି ଆସାମର ଦିବ୍ରୁଗଡ ଜେଲ୍‌ରେ ଅଛନ୍ତି ଅମୃତପାଲ ସିଂହ । ଅମୃତପାଲଙ୍କ ବିରୋଧରେ NSA ବଳରେ ମାମଲା ଥିଲେ ମଧ୍ୟ ସେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଛନ୍ତି ।ଉଭୟଙ୍କୁ ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ପାର୍ଲାମେଣ୍ଟ କଂପ୍ଲେକ୍ସକୁ ଅଣାଯାଇଥିଲା । ଆଉ ଲୋକସଭା ବାଚସ୍ପତିଙ୍କ ନିକଟରେ ଉଭୟ ନେଇଥିଲେ ଶପଥ । ଶପଥ ପାଠ ପାଇଁ ରଶଦିଙ୍କୁ ୨ ଘଣ୍ଟା ଓ ଅମୃତପାଲ ସିଂହଙ୍କୁ ୪ ଦିନର ପାରୋଲ ମିଳିଥିଲା । ଏହା ଅସ୍ଥାୟୀ ପାରୋଲ ହୋଇଥିବାରୁ ଉଭୟଙ୍କୁ ମିଡିଆ ଠାରୁ ଦୁରେଇ ରହିବାକୁ କଡା ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ମିଡିଆରେ କିଛି ନ କହିବାକୁ କୋର୍ଟ ପକ୍ଷରୁ କୁହାଯାଇଛି । ୩୧ ବର୍ଷୀୟ ଅମୃତପାଲ ପଞ୍ଜାବର ଖାଦୁର ସାହିବ ଓ ଇଞ୍ଜିନିୟର ରଶିଦ ଜାମ୍ମ-କାଶ୍ମୀରର ବାରମୁଲ୍ଲା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଜିତିଥିଲେ ।     

ଲୋକସଭା ସାଂସଦ ଭାବେ ଶପଥ ନେଲେ ଅମୃତପାଲ ଓ ରଶିଦ, ଟେରର ଫଣ୍ଡିଂ ମାମଲାରେ ଜେଲ୍‌ରେ ଥିଲେ

ନୂଆଦିଲ୍ଲୀ ୫/୭:୨୦୧୯ରୁ ଜେଲ୍‌ରେ ଅଛନ୍ତି ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ଓ କାଶ୍ମୀରର ଶ୍ରମିକ ନେତା ଶେଖ ଅବଦୁଲ ଓରଫ ଇଞ୍ଜିନିୟର ରଶିଦ । ଆଜି ଉଭୟ ପାରୋଲରେ ଆସି ଲୋକସଭା ସାଂସଦ ଭାବରେ ନେଇଛନ୍ତି ଶପଥ । ପାର୍ଲାମେଣ୍ଟ କଂପ୍ଲେକ୍ସରେ ଉଭୟ ଶପଥ ନେବା ସମୟରେ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଟେରର ଫଣ୍ଡିଂ ମାମଲାରେ ୨୦୧୯ରୁ ତିହାର ଜେଲ୍‌ରେ ଅଛନ୍ତି ଇଞ୍ଜନିୟର ରଶିଦ । ସେହିପରି ଆସାମର ଦିବ୍ରୁଗଡ ଜେଲ୍‌ରେ ଅଛନ୍ତି ଅମୃତପାଲ ସିଂହ । ଅମୃତପାଲଙ୍କ ବିରୋଧରେ NSA ବଳରେ ମାମଲା ଥିଲେ ମଧ୍ୟ ସେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଛନ୍ତି ।

ଉଭୟଙ୍କୁ ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ପାର୍ଲାମେଣ୍ଟ କଂପ୍ଲେକ୍ସକୁ ଅଣାଯାଇଥିଲା । ଆଉ ଲୋକସଭା ବାଚସ୍ପତିଙ୍କ ନିକଟରେ ଉଭୟ ନେଇଥିଲେ ଶପଥ । ଶପଥ ପାଠ ପାଇଁ ରଶଦିଙ୍କୁ ୨ ଘଣ୍ଟା ଓ ଅମୃତପାଲ ସିଂହଙ୍କୁ ୪ ଦିନର ପାରୋଲ ମିଳିଥିଲା । ଏହା ଅସ୍ଥାୟୀ ପାରୋଲ ହୋଇଥିବାରୁ ଉଭୟଙ୍କୁ ମିଡିଆ ଠାରୁ ଦୁରେଇ ରହିବାକୁ କଡା ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ମିଡିଆରେ କିଛି ନ କହିବାକୁ କୋର୍ଟ ପକ୍ଷରୁ କୁହାଯାଇଛି । ୩୧ ବର୍ଷୀୟ ଅମୃତପାଲ ପଞ୍ଜାବର ଖାଦୁର ସାହିବ ଓ ଇଞ୍ଜିନିୟର ରଶିଦ ଜାମ୍ମ-କାଶ୍ମୀରର ବାରମୁଲ୍ଲା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଜିତିଥିଲେ ।