ଭୟଙ୍କର ବିମାନ ଦୁର୍ଘଟଣା; ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍, ୬୨ ମୃତ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ରବିବାର ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍ କରିଛି ଫ୍ଲାଇଟ୍ । ଏଥିରେ ୬୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ  ଆହତ ହୋଇଥିବା ସୂଚନା ରହିଛି । ବିମାନରେ କ୍ରୁ ଷ୍ଟାଫ୍ ସହିତ ୧୮୧ଜଣ ଯାତ୍ରା କରୁଥିଲେ ।ରୟଟର୍ସ ମୁତାବକ, ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଏହି ଦୁର୍ଘଟଣା ହୋଇଛି । ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିବା ଜେଜୁ ଏୟାର ବିମାନ ସ୍ଥାନୀୟ ସମୟ ପ୍ରାୟ ୯.୦୭ ମିନିଟରେ ମୁଆନ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିଲା । ଏହି ସମୟରେ ଫ୍ଲାଇଟ୍ ରନଓ୍ବେରେ କ୍ରାଶ୍ କରିଯାଇଥିଲା । ଏହି ଦୁର୍ଘଟଣାଚରେ ପ୍ରାୟ ୬୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବିମାନରେ ୧୭୫ଜଣ ଯାତ୍ରୀ ଏବଂ ୬ଜଣ ଫ୍ଲାଇଟ୍ କ୍ରୁ ଥିଲେ । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ⚡️DRAMATIC moment South Korean plane with reported 180+ passengers becomes a fireball and crashes at airport CAUGHT on cam pic.twitter.com/VdrdavEXgT— RT (@RT_com) December 29, 2024ଗତ ଡିସେମ୍ବର ୨୫ ତାରିଖରେ ଆଜରବୈଜାନ ଏୟାରଲାଇନ୍ସର ଏକ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଛାତିଥରା ଦୁର୍ଘଟଣାରେ ୩୮ଜଣ ପ୍ରାଣ ହରାଇଥିଲେ । ବିମାନରେ ପ୍ରାୟ ୬୭ଜଣ ଯାତ୍ରୀ ଯାତ୍ରା କର

ଭୟଙ୍କର ବିମାନ ଦୁର୍ଘଟଣା; ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍, ୬୨ ମୃତ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ରବିବାର ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍ କରିଛି ଫ୍ଲାଇଟ୍ । ଏଥିରେ ୬୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ  ଆହତ ହୋଇଥିବା ସୂଚନା ରହିଛି । ବିମାନରେ କ୍ରୁ ଷ୍ଟାଫ୍ ସହିତ ୧୮୧ଜଣ ଯାତ୍ରା କରୁଥିଲେ ।

ରୟଟର୍ସ ମୁତାବକ, ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଏହି ଦୁର୍ଘଟଣା ହୋଇଛି । ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିବା ଜେଜୁ ଏୟାର ବିମାନ ସ୍ଥାନୀୟ ସମୟ ପ୍ରାୟ ୯.୦୭ ମିନିଟରେ ମୁଆନ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିଲା । ଏହି ସମୟରେ ଫ୍ଲାଇଟ୍ ରନଓ୍ବେରେ କ୍ରାଶ୍ କରିଯାଇଥିଲା । ଏହି ଦୁର୍ଘଟଣାଚରେ ପ୍ରାୟ ୬୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବିମାନରେ ୧୭୫ଜଣ ଯାତ୍ରୀ ଏବଂ ୬ଜଣ ଫ୍ଲାଇଟ୍ କ୍ରୁ ଥିଲେ । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 


ଗତ ଡିସେମ୍ବର ୨୫ ତାରିଖରେ ଆଜରବୈଜାନ ଏୟାରଲାଇନ୍ସର ଏକ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଛାତିଥରା ଦୁର୍ଘଟଣାରେ ୩୮ଜଣ ପ୍ରାଣ ହରାଇଥିଲେ । ବିମାନରେ ପ୍ରାୟ ୬୭ଜଣ ଯାତ୍ରୀ ଯାତ୍ରା କରୁଥିଲେ ।...