ବିଜେପୁରରେ ପାଣ୍ଡିଆନ୍ଙ୍କ ପ୍ରଚାର, କହିଲେ- ନିର୍ବାଚନ ଆସିଲେ ବିରୋଧୀ ମିଛ ପ୍ରତିଶୃତି ଦିଅନ୍ତି
ବିଜେପୁର ୦୮।୦୫ : ୨୪ ନିର୍ବାଚନୀ ମୈଦାନ । ଜୋରଦାର ଚାଲିଛି ପ୍ରଚାର । ଏହିକ୍ରମରେ ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍ । ନିଜ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପୁର ସଭାରେ ପାଣ୍ଡିଆନ୍ କହିଛନ୍ତି ଯେ, ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇଥିଲେ । ଦଳୀୟ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ଏପିରିକି ଧାନର ଏମଏସ୍ପି ଦ୍ୱିଗୁଣିତ କରିବାକୁ କହିଥିଲେ । ତାହା ହେଲା କି ? କେବଳ ନିର୍ବାଚନ ଆସିଲେ ଚାଷୀ ଭାଇଙ୍କ କଥା ମନେ ପଡିଥାଏ । ଆଉ ସବୁବେଳେ କୁଆଡେ ଯାଏ ଚାଷୀ ଭାଇଙ୍କ କଥା । ପୁଣି ନିର୍ବାଚନ ଆସିଛି । ଆପଣମାନଙ୍କ ପାଖକୁ ପୁଣି ଆସିବେ । ଆଉ ପ୍ରତିଶୃତି ଦେଇ ଯିବେ । ବରପାଲି ଷ୍ଟେସନ୍କୁ ଜଙ୍କସନ କରିବାକୁ ମିଠା କଥା କହିଥିଲେ । ବରପାଲିରୁ କୋଲକାତା, ବିଶାଖାପାଟଣାକୁ ଟ୍ରେନ୍ ଯିବେ କହିଥିଲେ । ଟ୍ରେନ୍ ଦିଶୁଛି କି ବିଜେପୁରବାସୀଙ୍କୁ ? ତେଣୁ ବିରୋଧୀ ମିଛ କଥା କହିବାରୁ ସୀମା ରଖନ୍ତି ନାହିଁ ।
ବିଜେପୁର ୦୮।୦୫ : ୨୪ ନିର୍ବାଚନୀ ମୈଦାନ । ଜୋରଦାର ଚାଲିଛି ପ୍ରଚାର । ଏହିକ୍ରମରେ ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍ । ନିଜ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।
ବିଜେପୁର ସଭାରେ ପାଣ୍ଡିଆନ୍ କହିଛନ୍ତି ଯେ, ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇଥିଲେ । ଦଳୀୟ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ଏପିରିକି ଧାନର ଏମଏସ୍ପି ଦ୍ୱିଗୁଣିତ କରିବାକୁ କହିଥିଲେ । ତାହା ହେଲା କି ? କେବଳ ନିର୍ବାଚନ ଆସିଲେ ଚାଷୀ ଭାଇଙ୍କ କଥା ମନେ ପଡିଥାଏ । ଆଉ ସବୁବେଳେ କୁଆଡେ ଯାଏ ଚାଷୀ ଭାଇଙ୍କ କଥା । ପୁଣି ନିର୍ବାଚନ ଆସିଛି । ଆପଣମାନଙ୍କ ପାଖକୁ ପୁଣି ଆସିବେ । ଆଉ ପ୍ରତିଶୃତି ଦେଇ ଯିବେ । ବରପାଲି ଷ୍ଟେସନ୍କୁ ଜଙ୍କସନ କରିବାକୁ ମିଠା କଥା କହିଥିଲେ । ବରପାଲିରୁ କୋଲକାତା, ବିଶାଖାପାଟଣାକୁ ଟ୍ରେନ୍ ଯିବେ କହିଥିଲେ । ଟ୍ରେନ୍ ଦିଶୁଛି କି ବିଜେପୁରବାସୀଙ୍କୁ ? ତେଣୁ ବିରୋଧୀ ମିଛ କଥା କହିବାରୁ ସୀମା ରଖନ୍ତି ନାହିଁ ।