'ରକେଟ୍ ଥ୍ରୋ'ରେ ଏମିତି କଲେ ରନ୍ ଆଉଟ୍, ତାଟକା ହୋଇଗଲେ ବ୍ୟାଟର
ଚେନ୍ନାଇ ୨୩/୦୩: ଆରମ୍ଭ ହୋଇଛି ଫଟାଫଟ୍ କ୍ରିକେଟ । RCBକୁ ୬ ଓ୍ୱିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲ୍ରେ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହୀ ଜଣେ ଖେଳାଳି ଭାବେ ଚେନ୍ନାଇରେ ଖେଳିଛନ୍ତି । କାରଣ ସେ ଅଧିନାୟକ ପଦରୁ ଦେଇଛନ୍ତି ଇସ୍ତଫା । ଅର୍ଥାତ୍ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଏଥର ମୈଦାନକୁ ଓହ୍ଲାଇଥିଲା ଟିମ୍ CSK । ତେବେ ଏଥର ସିନା ମାହୀ କ୍ୟାପଟେନ୍ ନଥିଲେ କିନ୍ତୁ RCB ବିପକ୍ଷରେ ଦେଖାଇଥିଲେ ଜବରଦସ୍ତ ପ୍ରଦର୍ଶନ । ଓ୍ୱିକେଟ ପଛରେ ରହି ଚଳାଇଥିଲେ ଗୋଟି । ଏତେ ଦିନର ଗ୍ୟାପ୍ ଥିଲେ ବି ଦେଖାଇଥିଲେ ଜବରଦସ୍ତ ପ୍ରଦର୍ଶନ । ଖାସ୍ କରି କିପିଂର ଜଲଓ୍ୱା ଦେଖିବାକୁ ମିଳିଥିଲା । ଖାସ୍ କରି ତାଙ୍କ ରନ୍ ଆଉଟ୍କୁ ଦେଖି ତାଜୁବ୍ ହୋଇଥିଲେ ଖେଳାଳି । ଏମିତିକି RCBର କ୍ରିକେଟର ବି ଆଶ୍ଚର୍ଯ୍ୟ ହୋଇଥିଲେ । ସେହି ଅନ୍ଦାଜ ସେହି ଷ୍ଟାଇଲ୍ରେ କ୍ୟାପଟେନ୍ କୁଲ୍ କରିଥିଲେ ଓ୍ୱିକେଟ କିପିଂ । Never mess with Thala ????#CSKvsRCB #Dhoni #ViratKohli #IPLOpeningCeremony #TATAIPL2024pic.twitter.com/RhFJXatFeU— Kohlified ???? (@ShreeGZunjarrao) March 22, 2024ସୂଚନା ଥାଉକି, କାଲି ଟିମ୍ ଜିତିଂ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା RCB । ବ୍ୟାଟର ଅନୁଜ ରାଓ୍ୱତ ବ୍ୟାଟିଂ କରିଥିଲେ । ତେବେ ରନ୍ ନେବାବେଳେ ସେ ରନ୍ ଆଉଟ୍ର ଶିକାର ହୋଇଥିଲେ
ଚେନ୍ନାଇ ୨୩/୦୩: ଆରମ୍ଭ ହୋଇଛି ଫଟାଫଟ୍ କ୍ରିକେଟ । RCBକୁ ୬ ଓ୍ୱିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲ୍ରେ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହୀ ଜଣେ ଖେଳାଳି ଭାବେ ଚେନ୍ନାଇରେ ଖେଳିଛନ୍ତି । କାରଣ ସେ ଅଧିନାୟକ ପଦରୁ ଦେଇଛନ୍ତି ଇସ୍ତଫା ।
ଅର୍ଥାତ୍ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଏଥର ମୈଦାନକୁ ଓହ୍ଲାଇଥିଲା ଟିମ୍ CSK । ତେବେ ଏଥର ସିନା ମାହୀ କ୍ୟାପଟେନ୍ ନଥିଲେ କିନ୍ତୁ RCB ବିପକ୍ଷରେ ଦେଖାଇଥିଲେ ଜବରଦସ୍ତ ପ୍ରଦର୍ଶନ । ଓ୍ୱିକେଟ ପଛରେ ରହି ଚଳାଇଥିଲେ ଗୋଟି । ଏତେ ଦିନର ଗ୍ୟାପ୍ ଥିଲେ ବି ଦେଖାଇଥିଲେ ଜବରଦସ୍ତ ପ୍ରଦର୍ଶନ । ଖାସ୍ କରି କିପିଂର ଜଲଓ୍ୱା ଦେଖିବାକୁ ମିଳିଥିଲା । ଖାସ୍ କରି ତାଙ୍କ ରନ୍ ଆଉଟ୍କୁ ଦେଖି ତାଜୁବ୍ ହୋଇଥିଲେ ଖେଳାଳି । ଏମିତିକି RCBର କ୍ରିକେଟର ବି ଆଶ୍ଚର୍ଯ୍ୟ ହୋଇଥିଲେ । ସେହି ଅନ୍ଦାଜ ସେହି ଷ୍ଟାଇଲ୍ରେ କ୍ୟାପଟେନ୍ କୁଲ୍ କରିଥିଲେ ଓ୍ୱିକେଟ କିପିଂ ।
Never mess with Thala ????#CSKvsRCB #Dhoni #ViratKohli #IPLOpeningCeremony #TATAIPL2024pic.twitter.com/RhFJXatFeU— Kohlified ???? (@ShreeGZunjarrao) March 22, 2024
ସୂଚନା ଥାଉକି, କାଲି ଟିମ୍ ଜିତିଂ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା RCB । ବ୍ୟାଟର ଅନୁଜ ରାଓ୍ୱତ ବ୍ୟାଟିଂ କରିଥିଲେ । ତେବେ ରନ୍ ନେବାବେଳେ ସେ ରନ୍ ଆଉଟ୍ର ଶିକାର ହୋଇଥିଲେ । ଆଉ ରନ୍ ଆଉଟ୍ କରିବାରେ ଥିଲା ମାହୀଙ୍କ ହାତ । କାରଣ ବଲ୍ ଥିଲା ଧୋନୀଙ୍କ ହାତରେ । ସମସ୍ତେ ଜାଣନ୍ତି ଯେବେ ମାହୀଙ୍କ ହାତରେ ବଲ୍ ଥାଏ ତେବେ ବ୍ୟାଟର ବର୍ତ୍ତିବା କଷ୍ଟ । ଠିକ୍ ସେହିଭଳି ହେଲା ।
ରନ୍ ଆଉଟର ଶିକାର ହୋଇଥିଲେ ରାଓ୍ୱତ । କାରଣ ଥ୍ରୋ ଟା ଥିଲା ସେମିତି । ମ୍ୟାଚ୍ ପରେ ଧୋନୀଙ୍କ 'ମ୍ୟାଜିକ୍ ଥ୍ରୋ'ର ଖୁବ୍ ତାରିଫ୍ ହୋଇଥିଲା । କହିବାକୁ ଗଲେ ଅଧିନାୟକ ହିସାବରେ ଜବରଦସ୍ତ ପ୍ରଦର୍ଶନ ଦେଇଥିଲେ ଋତୁରାଜ ଗାଏକ୍ୱାଡ । ଆଉ ଗାଏକ୍ୱାଡଙ୍କ ନେତୃତ୍ୱରେ ଟିମ୍ ଆରମ୍ଭ କରିଛି ବିଜୟରୁ ଅଭିଯାନ୍ ।