ସିଡନୀ ଟେଷ୍ଟ; ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ରୋହିତଙ୍କ ସ୍ଥାନରେ ବୁମରା କ୍ୟାପଟେନ୍

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ମ୍ୟାଚ୍ ଜାରି ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପଞ୍ଚମ ଟେଷ୍ଟରେ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ୍ ବୁମରା ଅଧିନାୟକ ଭାବେ ଦାୟିତ୍ବ ତୁଲାଉଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । ରୋହିତଙ୍କ ସ୍ଥାନରେ ଶୁବମନ ଗିଲ୍ ଏବଂ ଆକାଶଦୀପ୍ ଙ୍କ ସ୍ଥାନରେ ପ୍ରସିତ୍ କ୍ରୀଷ୍ଣଙ୍କୁ ସୁଯୋଗ ମିଳିଛି । ତେବେ ପୂର୍ବ ୪ଟି ମ୍ୟାଚ୍ ଭଳି ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି । ଲଞ୍ଚ୍ ବ୍ରେକ୍ ସୁଦ୍ଧା ଦଳ ୫୭ ରନ କରି 3ଟି ଓ୍ବିକେଟ୍ ହରାଇଛି । ପ୍ରଥମ ଓପନର କେଏଲ ରାହୁଲ ପଞ୍ଚମ ଓଭରରେ ମିଚେଲ୍ ଷ୍ଟାର୍କଙ୍କ ଶିକାର ବନିଥିଲେ । ପରେ ଯଶସ୍ବୀ ଜୈସ୍ବାଲଙ୍କ ଓ୍ବିକେଟ୍ ନେଇଥିଲେ ବୋଲାଣ୍ଡ୍ ଏବଂ ପଞ୍ଚମ ଟେଷ୍ଟରେ ରୋହିତଙ୍କ ସ୍ଥାନରେ ସୁଯୋଗ ପାଇଥିବା ଶୁବମନ ଗିଲ୍ ୨୦ ରନ କରି ନାଥନ ଲାୟନଙ୍କ ଶିକାର ହୋଇଛନ୍ତି ।ଟିମ୍ ଇଣ୍ଡିଆ ପାଇଁ ସିଡନୀ ଟେଷ୍ଟ ବହୁ ଗୁରୁତ୍ବପୂର୍ଣ୍ଣ । କାରଣ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଟିମ୍ ଇଣ୍ଡିଆ ନାଁରେ ରହିଛି ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ଡ୍ର’ ହୋଇଛି । ତେବେ ଅନ୍ତିମ

ସିଡନୀ ଟେଷ୍ଟ; ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ରୋହିତଙ୍କ ସ୍ଥାନରେ ବୁମରା କ୍ୟାପଟେନ୍

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ମ୍ୟାଚ୍ ଜାରି ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପଞ୍ଚମ ଟେଷ୍ଟରେ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ୍ ବୁମରା ଅଧିନାୟକ ଭାବେ ଦାୟିତ୍ବ ତୁଲାଉଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । ରୋହିତଙ୍କ ସ୍ଥାନରେ ଶୁବମନ ଗିଲ୍ ଏବଂ ଆକାଶଦୀପ୍ ଙ୍କ ସ୍ଥାନରେ ପ୍ରସିତ୍ କ୍ରୀଷ୍ଣଙ୍କୁ ସୁଯୋଗ ମିଳିଛି । 

ତେବେ ପୂର୍ବ ୪ଟି ମ୍ୟାଚ୍ ଭଳି ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି । ଲଞ୍ଚ୍ ବ୍ରେକ୍ ସୁଦ୍ଧା ଦଳ ୫୭ ରନ କରି 3ଟି ଓ୍ବିକେଟ୍ ହରାଇଛି । ପ୍ରଥମ ଓପନର କେଏଲ ରାହୁଲ ପଞ୍ଚମ ଓଭରରେ ମିଚେଲ୍ ଷ୍ଟାର୍କଙ୍କ ଶିକାର ବନିଥିଲେ । ପରେ ଯଶସ୍ବୀ ଜୈସ୍ବାଲଙ୍କ ଓ୍ବିକେଟ୍ ନେଇଥିଲେ ବୋଲାଣ୍ଡ୍ ଏବଂ ପଞ୍ଚମ ଟେଷ୍ଟରେ ରୋହିତଙ୍କ ସ୍ଥାନରେ ସୁଯୋଗ ପାଇଥିବା ଶୁବମନ ଗିଲ୍ ୨୦ ରନ କରି ନାଥନ ଲାୟନଙ୍କ ଶିକାର ହୋଇଛନ୍ତି ।

ଟିମ୍ ଇଣ୍ଡିଆ ପାଇଁ ସିଡନୀ ଟେଷ୍ଟ ବହୁ ଗୁରୁତ୍ବପୂର୍ଣ୍ଣ । କାରଣ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଟିମ୍ ଇଣ୍ଡିଆ ନାଁରେ ରହିଛି ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ଡ୍ର’ ହୋଇଛି । ତେବେ ଅନ୍ତିମ ମ୍ୟାଚ ଭାରତୀୟ ଦଳ ପାଇଁ କର ବା ମର ସ୍ଥିତି ଉପୁଜିଛି । ସିଡନୀ ଟେଷ୍ଟ ବିଜୟ ନମିଳିଲେ ସିରିଜ୍ ହାରିବ ଦଳ । ଅନ୍ୟପଟେ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସସିପ୍ ଫାଇନାଲ୍ ଆଶା ମଧ୍ୟ ଧୂଳିସାତ୍ ହୋଇଯିବ । ସପେଟେ କଙ୍ଗାରୁ ଦଳ ଏହି ମ୍ୟାଚକୁ ବିଜୟ କିମ୍ବା ଡ୍ର’ କରିବାକୁ ଚେଷ୍ଟା କରିବ ।