ଆସୁଛି ଆହୁରି ଏକ ଲଘୁଚାପ, ୬ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଭୁବନେଶ୍ୱର ୦୩ ।୦୮ : ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବ। ଏପିରିକି କିଛି ସ୍ଥାନରେ ଅତି  ପ୍ରବଳ ବର୍ଷା ମଧ୍ୟ ହେବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏପରି ଆକଳନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୃଷ୍ଟି ହୋଇଥିବା   ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ଯାଏ ବର୍ଷା ଲାଗି ରହିବ । ସୁନ୍ଦରଗଡ଼ରୁ ସମ୍ବଲପୁର ଯାଏ ପଶ୍ଚିମ ଓଡ଼ିଶା ଓ  ଛତିଶଗଡ଼ରେ ପ୍ରବଳ ବର୍ଷା ହେବ । ଆସନ୍ତା ୬ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା  ପ୍ରଭାବରେ ବର୍ଷା ଆହୁରି ବଢ଼ିବ ।  ୬ ତାରିଖ ସନ୍ଧ୍ୟାରୁ ବର୍ଷା ବଢ଼ିବ ।  ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୮ ତାରିଖ ଯାଏ ବର୍ଷା ହେବ । ତେବେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ବଙ୍ଗୋପସାଗର ପରିଲକ୍ଷିତ ହୋଇନି ବୋଲି ସେ କହିଛନ୍ତି । ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ୨୦ରୁ  ୩୦ ଦିନ ଭିତରେ ସଅଳ ରୁଆ ଧାନରେ ପିଲ ସାର ପ୍ରୟୋଗ କରନ୍ତୁ । ରୁଆ ହେବାକୁ ଥିବା ଧାନରେ ଫସଫରସ୍‌  ଓ ପଟାସ ସାର ପକାନ୍ତୁ । ମକା ଆଣ୍ଠୁଏ ଉଚ୍ଚା ହେଲେ ଘାସ ବାଛନ୍ତୁ। ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ  ଝାଡ଼ଖଣ୍ଡ ପାଖରେ ଏକ ଲଘୁଚାପ  ସୃଷ୍ଟି ହୋଇଛି

ଆସୁଛି ଆହୁରି ଏକ ଲଘୁଚାପ, ୬ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଭୁବନେଶ୍ୱର ୦୩ ।୦୮ : ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବ। ଏପିରିକି କିଛି ସ୍ଥାନରେ ଅତି  ପ୍ରବଳ ବର୍ଷା ମଧ୍ୟ ହେବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏପରି ଆକଳନ କରିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୃଷ୍ଟି ହୋଇଥିବା   ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ଯାଏ ବର୍ଷା ଲାଗି ରହିବ । ସୁନ୍ଦରଗଡ଼ରୁ ସମ୍ବଲପୁର ଯାଏ ପଶ୍ଚିମ ଓଡ଼ିଶା ଓ  ଛତିଶଗଡ଼ରେ ପ୍ରବଳ ବର୍ଷା ହେବ । ଆସନ୍ତା ୬ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା  ପ୍ରଭାବରେ ବର୍ଷା ଆହୁରି ବଢ଼ିବ ।  ୬ ତାରିଖ ସନ୍ଧ୍ୟାରୁ ବର୍ଷା ବଢ଼ିବ ।  ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୮ ତାରିଖ ଯାଏ ବର୍ଷା ହେବ । 

ତେବେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ବଙ୍ଗୋପସାଗର ପରିଲକ୍ଷିତ ହୋଇନି ବୋଲି ସେ କହିଛନ୍ତି । ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ୨୦ରୁ  ୩୦ ଦିନ ଭିତରେ ସଅଳ ରୁଆ ଧାନରେ ପିଲ ସାର ପ୍ରୟୋଗ କରନ୍ତୁ । ରୁଆ ହେବାକୁ ଥିବା ଧାନରେ ଫସଫରସ୍‌  ଓ ପଟାସ ସାର ପକାନ୍ତୁ । ମକା ଆଣ୍ଠୁଏ ଉଚ୍ଚା ହେଲେ ଘାସ ବାଛନ୍ତୁ। 

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ  ଝାଡ଼ଖଣ୍ଡ ପାଖରେ ଏକ ଲଘୁଚାପ  ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ  ଦିଗରେ ଗତି କରିବ । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ଏହି ଲଘୁଚାପ କ୍ଷେତ୍ର ରାଜ୍ୟ ଠାରୁ ଦୂରରେ ଥିବାରୁ ଏହାର ବିଶେଷ ପ୍ରଭାବ ରହିବନି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ର  ଲହୁଣୀପଡ଼ାରେ ୯୦ମିମି ବର୍ଷା  ହୋଇଛି । ଟେନ୍‌ସାରେ ୮୩.୪ମିମି,  କଟକ ମାହାଙ୍ଗାରେ ୭୮ ଓ ସୁନ୍ଦରଗଡ଼ର ବଣାଇରେ ୬୨ମିମି ବର୍ଷା ହୋଇଛି।