ଅଲ୍ମୋଡାରେ ଖାଇକୁ ଖସିଲା ବସ୍, ୩୬ ମୃତ
ନୂଆଦିଲ୍ଲୀ ୦୪।୧୧: ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା। ଅଲ୍ମୋଡାର ମାର୍ଚୁଲାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ବସ୍ରେ ୩୫ ଅଧିକ ଲୋକ ଥିଲେ।ସୂଚନା ଅନୁଯାୟୀ ଅଲମୋଡା ପୋଲିସ ଷ୍ଟେସନର ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ବାହାରିଥିଲା। ଏହି ବସ୍ରେ ମୋଟ ୩୫ରୁ ଅଧିକ ଜଣ ଯାତ୍ରୀ ଥିଲେ। ତେବେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ଟି ଖାଇକୁ ଖସିଥିଲା । ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣା ପରେ ଏସଏସପି ଅଲମୋଡ ଘଟଣାସ୍ଥଳକୁ ଯାଇଛନ୍ତି। ସୂଚନା ମିଳିବା ପରେ ତିନୋଟି SDRF ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରଖାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି।
ନୂଆଦିଲ୍ଲୀ ୦୪।୧୧: ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା। ଅଲ୍ମୋଡାର ମାର୍ଚୁଲାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ବସ୍ରେ ୩୫ ଅଧିକ ଲୋକ ଥିଲେ।
ସୂଚନା ଅନୁଯାୟୀ ଅଲମୋଡା ପୋଲିସ ଷ୍ଟେସନର ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ବାହାରିଥିଲା। ଏହି ବସ୍ରେ ମୋଟ ୩୫ରୁ ଅଧିକ ଜଣ ଯାତ୍ରୀ ଥିଲେ। ତେବେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ଟି ଖାଇକୁ ଖସିଥିଲା । ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ଏସଏସପି ଅଲମୋଡ ଘଟଣାସ୍ଥଳକୁ ଯାଇଛନ୍ତି। ସୂଚନା ମିଳିବା ପରେ ତିନୋଟି SDRF ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରଖାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି।