ପାରିବାରିକ କଳହର କରୁଣ ପରିଣତି, ମା’କୁ ହତ୍ୟାକଲା ଧରମ ପୁଅ
ଆଠଗଡ଼ ୧୭।୦୮ : ପାରିବାରିକ କଳହର କରୁଣ ପରିଣତି । ମା’କୁ ଜୀବନରୁ ମାରିଦେଲା ଧରମ ପୁଅ । କଟକ ଜିଲ୍ଲା ତିଗିରିଆ ଥାନା ପାଞ୍ଚଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ପାରିବାରିକ ବିବାଦକୁ ନେଇ ଧରମ ପୁଅ ଏବଂ ମାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ଏତେ ବଢିଯାଇଥିଲା ଯେ, ପୁଅ ମାର ଜୀବନ ନେବାକୁ ବି ପଛାଇଲାନି । ମା’ ଅଳ୍ପନା ଦାସଙ୍କୁ ଜୀବନରୁ ମାରିଦେଇଛି ପୁଅ । ତେବେ ହତ୍ୟାକାଣ୍ଡ ପରେ ଧରମ ପୁଅ କାର୍ତ୍ତିକ ସେଠୀ ତିଗିରିଆ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ମଧ୍ୟ ଜାରି ରଖିଛି । ଏପରିକି ଆବଶକ୍ୟ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।
ଆଠଗଡ଼ ୧୭।୦୮ : ପାରିବାରିକ କଳହର କରୁଣ ପରିଣତି । ମା’କୁ ଜୀବନରୁ ମାରିଦେଲା ଧରମ ପୁଅ । କଟକ ଜିଲ୍ଲା ତିଗିରିଆ ଥାନା ପାଞ୍ଚଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଖବର ଅନୁଯାୟୀ, ପାରିବାରିକ ବିବାଦକୁ ନେଇ ଧରମ ପୁଅ ଏବଂ ମାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ଏତେ ବଢିଯାଇଥିଲା ଯେ, ପୁଅ ମାର ଜୀବନ ନେବାକୁ ବି ପଛାଇଲାନି । ମା’ ଅଳ୍ପନା ଦାସଙ୍କୁ ଜୀବନରୁ ମାରିଦେଇଛି ପୁଅ । ତେବେ ହତ୍ୟାକାଣ୍ଡ ପରେ ଧରମ ପୁଅ କାର୍ତ୍ତିକ ସେଠୀ ତିଗିରିଆ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ମଧ୍ୟ ଜାରି ରଖିଛି । ଏପରିକି ଆବଶକ୍ୟ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।