କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା:ଏଣିକି କୁମ୍ଭମେଳା ପରି କଳେବର ବୃଦ୍ଧି ହେବ
କଟକ,୭ା୨(କାର୍ତ୍ତିକ ସାହୁ):କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ନେଇ କଟକବାସୀ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରେ ଏହି ମାନ୍ୟତା ପ୍ରାପ୍ତିକୁ ନେଇ ଆନନ୍ଦ ପ୍ରକାଶ ପାଇଛି। ବାଲିଯାତ୍ରା ହେଉଛି ନୌବାଣିଜ୍ୟର ଐତିହ୍ୟ। ଏହାକୁ ସ୍ବୀକୃତି ଦେବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କଠାରେ ଦାବି କରାଯାଇଛି। ୨୦୧୯ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଆସିଥିଲା। ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ତାହାକୁ ସ୍ବୀକୃତି ମିଳିଛି। କଟକ […] The post କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା:ଏଣିକି କୁମ୍ଭମେଳା ପରି କଳେବର ବୃଦ୍ଧି ହେବ appeared first on Dharitri Odia News.
କଟକ,୭ା୨(କାର୍ତ୍ତିକ ସାହୁ):କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ନେଇ କଟକବାସୀ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରେ ଏହି ମାନ୍ୟତା ପ୍ରାପ୍ତିକୁ ନେଇ ଆନନ୍ଦ ପ୍ରକାଶ ପାଇଛି। ବାଲିଯାତ୍ରା ହେଉଛି ନୌବାଣିଜ୍ୟର ଐତିହ୍ୟ। ଏହାକୁ ସ୍ବୀକୃତି ଦେବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କଠାରେ ଦାବି କରାଯାଇଛି। ୨୦୧୯ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଆସିଥିଲା। ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ତାହାକୁ ସ୍ବୀକୃତି ମିଳିଛି।
କଟକ ମହାନଗର ନିଗମ (ସିଏମ୍ସି) ମେୟର ସୁବାସ ସିଂଙ୍କ କହିବାନୁସାରେ, କୁମ୍ଭମେଳାକୁ କେନ୍ଦ୍ର ସରକାର ୨/୩ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି, ବାଲିଯାତ୍ରାକୁ ମଧ୍ୟ ସେହିଭଳି କେନ୍ଦ୍ରୀୟ ଅନୁଦାନ ମିଳିବ। କଟକରେ ଜାତୀୟ ସ୍ତରର ମେଳା ହେବ। ଏଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସମାଗମ ହେବ। ଦେଶବିଦେଶରୁ ବିଭିନ୍ନ ବାଣିଜି୍ୟକ ସଂସ୍ଥା ବାଲିଯାତ୍ରାକୁ ଆସିବ।
ଜାତୀୟ ସ୍ତରୀୟ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେବେ। ଚଳିତବର୍ଷ ବିଭିନ୍ନ ଦେଶରୁ ଆମ୍ବାସାଡାରମାନେ ବାଲିଯାତ୍ରା ମହୋତ୍ସବରେ ସାମିଲ ହେବେ। ବାଲିଯାତ୍ରା ଆମ ରାଜ୍ୟର ମହୋତ୍ସବ ହୋଇ ରହିବନାହିଁ। ଏହା ଜାତୀୟ ମହୋତ୍ସବରେ ପରିଣତ ହେବ। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ ମିଳିତ ଭାବେ ବାଲିଯାତ୍ରା ଆୟୋଜନ କରିଆସୁଥିଲେ। ପୂର୍ବରୁ ୧୦ ଏକର ଜାଗାରେ ବାଲିଯାତ୍ରା ହେଉଥିବାବେଳେ ଏହାର କଳେବର ବୃଦ୍ଧି ପାଇ ୩୪ ଏକର ଜାଗାରେ ହେଉଛି। ଏଥିପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଉଥିଲେ। ମାତ୍ର ଏଣିକି କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ବାଲିଯାତ୍ରା ଆୟୋଜନ, ପରିଚାଳନାରେ ସାମିଲ ହେବେ। ଜାତୀୟ ମାନ୍ୟତାପ୍ରାପ୍ତି ପରେ ଏହା ୩୪ ଏକର ପରିବର୍ତ୍ତେ ୧୦୦ ଏକର ଜାଗାରେ ଅନୁଷ୍ଠିତ ହେବ। ୮ ଦିନ ଅବା ୯ ଦିନ ବଦଳରେ ୧୫ ଦିନ ବ୍ୟାପୀ ବାଲିଯାତ୍ରା ଚାଲିବ। ଏଠାରେ କୌଣସି ସ୍ଥାୟୀ ନିର୍ମାଣ ହେଉ ନ ଥିବାରୁ ଏନ୍ଜିଟିଙ୍କ କଟକଣା ବାଧକ ହେବ ନାହିଁ।
The post କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା:ଏଣିକି କୁମ୍ଭମେଳା ପରି କଳେବର ବୃଦ୍ଧି ହେବ appeared first on Dharitri Odia News.