ଟ୍ରେନ୍ରେ ମହିଳାଙ୍କର ଚୋରି ହେଲା ବ୍ୟାଗ୍, ରେଳବାଇ ଦେବ ୧ ଲକ୍ଷ କ୍ଷତିପୂରଣ
ନୂଆଦିଲ୍ଲୀ ୨୭।୦୬: ସେବାରେ ଅବହେଳା ଭାରତୀୟ ରେଳବାଇକୁ ମହଙ୍ଗା ପଡ଼ିଛି । ଟ୍ରେନ୍ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍ ଚୋରି ହେବାରୁ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ୧.୦୮ ଲକ୍ଷରୁ ଅଧିକ ଟଙ୍କା କ୍ଷତିପୂରଣ ଦେବାକୁ ଉପଭୋକ୍ତା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ (ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ) ଏହି ଅଭିଯୋଗର ଶୁଣାଣି କରିଛନ୍ତି । ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ୨୦୧୬ ମସିହାରେ ସେ ମାଲୱା ଏକ୍ସପ୍ରେସ୍ର ଏକ ସଂରକ୍ଷିତ କୋଚ୍ରେ ଯାତ୍ରା କରୁଥିଲେ । ଝାନ୍ସୀ ଓ ଗ୍ୱାଲିଅର ମଧ୍ୟରେ ଟ୍ରେନ୍ରେ ଥିବା ଅଣପଞ୍ଜୀକୃତ ଯାତ୍ରୀ ତାଙ୍କ ବ୍ୟାଗ୍ ଚୋରି କରିନେଲେ । ସେଥିରେ ୮୦ ହଜାର ଟଙ୍କାର ବହୁମୂଲ୍ୟ ବସ୍ତୁ ଥିଲା । ଯାତ୍ରୀଙ୍କୁ ସୁରକ୍ଷିତ, ନିରାପଦ ଓ ଆରାମଦାୟକ ଯାତ୍ରା ପ୍ରଦାନ ସହିତ ସେମାନଙ୍କ ଜିନିଷର ସୁରକ୍ଷା ମଧ୍ୟ ରେଳବାଇର ଦାୟିତ୍ୱ ବୋଲି ଯାତ୍ରୀ ଅଭିଯୋଗରେ ଉଲ୍ଲେଖ କରିଥିଲେ । ମାମଲାର ଶୁଣାଣି କରୁଥିବା ଉପଭୋକ୍ତା ଆୟୋଗର ଅଧ୍ୟକ୍ଷ ଇନ୍ଦର ଜିତ ସିଂହ ଓ ସଦସ୍ୟ ରଶ୍ମି ବଂସଲ କହିଥିଲେ, ମାମଲାର ଶୁଣାଣି କରିବାର କ୍ଷେତ୍ରୀୟ ଅଧିକାର ସେମାନଙ୍କ ପାଖରେ ଥିଲା । କାରଣ ଯାତ୍ରୀ ଜଣକ ନୂଆଦିଲ୍ଲୀରୁ ଟ୍ରେନ୍ରେ ବସିଥିଲେ । ଇନ୍ଦୋର ପହଞ୍ଚିବା ପର୍ଯ୍ୟନ୍ତ ସେହି ଟ୍ରେନ୍ରେ ତାଙ୍କ ଯାତ୍ରା ଜାରି ରହିଥିଲା । ପ୍ରତିପକ୍ଷ (ଜେନେରାଲ ମ୍ୟାନେଜର
ନୂଆଦିଲ୍ଲୀ ୨୭।୦୬: ସେବାରେ ଅବହେଳା ଭାରତୀୟ ରେଳବାଇକୁ ମହଙ୍ଗା ପଡ଼ିଛି । ଟ୍ରେନ୍ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍ ଚୋରି ହେବାରୁ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ୧.୦୮ ଲକ୍ଷରୁ ଅଧିକ ଟଙ୍କା କ୍ଷତିପୂରଣ ଦେବାକୁ ଉପଭୋକ୍ତା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ (ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ) ଏହି ଅଭିଯୋଗର ଶୁଣାଣି କରିଛନ୍ତି । ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ୨୦୧୬ ମସିହାରେ ସେ ମାଲୱା ଏକ୍ସପ୍ରେସ୍ର ଏକ ସଂରକ୍ଷିତ କୋଚ୍ରେ ଯାତ୍ରା କରୁଥିଲେ । ଝାନ୍ସୀ ଓ ଗ୍ୱାଲିଅର ମଧ୍ୟରେ ଟ୍ରେନ୍ରେ ଥିବା ଅଣପଞ୍ଜୀକୃତ ଯାତ୍ରୀ ତାଙ୍କ ବ୍ୟାଗ୍ ଚୋରି କରିନେଲେ । ସେଥିରେ ୮୦ ହଜାର ଟଙ୍କାର ବହୁମୂଲ୍ୟ ବସ୍ତୁ ଥିଲା ।
ଯାତ୍ରୀଙ୍କୁ ସୁରକ୍ଷିତ, ନିରାପଦ ଓ ଆରାମଦାୟକ ଯାତ୍ରା ପ୍ରଦାନ ସହିତ ସେମାନଙ୍କ ଜିନିଷର ସୁରକ୍ଷା ମଧ୍ୟ ରେଳବାଇର ଦାୟିତ୍ୱ ବୋଲି ଯାତ୍ରୀ ଅଭିଯୋଗରେ ଉଲ୍ଲେଖ କରିଥିଲେ । ମାମଲାର ଶୁଣାଣି କରୁଥିବା ଉପଭୋକ୍ତା ଆୟୋଗର ଅଧ୍ୟକ୍ଷ ଇନ୍ଦର ଜିତ ସିଂହ ଓ ସଦସ୍ୟ ରଶ୍ମି ବଂସଲ କହିଥିଲେ, ମାମଲାର ଶୁଣାଣି କରିବାର କ୍ଷେତ୍ରୀୟ ଅଧିକାର ସେମାନଙ୍କ ପାଖରେ ଥିଲା । କାରଣ ଯାତ୍ରୀ ଜଣକ ନୂଆଦିଲ୍ଲୀରୁ ଟ୍ରେନ୍ରେ ବସିଥିଲେ । ଇନ୍ଦୋର ପହଞ୍ଚିବା ପର୍ଯ୍ୟନ୍ତ ସେହି ଟ୍ରେନ୍ରେ ତାଙ୍କ ଯାତ୍ରା ଜାରି ରହିଥିଲା । ପ୍ରତିପକ୍ଷ (ଜେନେରାଲ ମ୍ୟାନେଜର, ଭାରତୀୟ ରେଳବାଇ) ମଧ୍ୟ ଆୟୋଗର କ୍ଷେତ୍ର ଅଧୀନରେ ଥିଲା । ରେଳବାଇ ଯୁକ୍ତି ବାଢ଼ିଥିଲା, ଅଭିଯୋଗକାରିଣୀ ନିଜ ଜିନିଷକୁ ଅବହେଳା କରିବା ସହିତ ବ୍ୟାଗ୍କୁ ପଞ୍ଜିକୃତ କରିନଥିଲେ ।
କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ଉପଭୋକ୍ତା ଆୟୋଗ କହିଥିଲେ, ଅଭିଯୋଗକାରିଣୀଙ୍କୁ ମାମଲା ରୁଜୁ କରିବା ଲାଗି ଏଣେତେଣେ ବୁଲିବାକୁ ପଡ଼ିଥିଲା । ଚୋରି ଜିନିଷ ପାଇବାକୁ ଏବଂ ନିଜର ଆଇନଗତ ଅଧିକାର ସାବ୍ୟସ୍ତ କରିବା ଲାଗି ତାଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଓ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିଥିଲା । ମହିଳା ରିଜର୍ଭ ଟିକଟ କରି ମଧ୍ୟ ଟ୍ରେନ୍ ଯାତ୍ରା ବେଳେ ମୂଲ୍ୟବାନ ଜିନିଷ ଭର୍ତ୍ତି ବ୍ୟାଗ୍ ହରାଇଲେ । ଶେଷରେ ସେ ସେବା ପ୍ରଦାନରେ ଭାରତୀୟ ରେଳବାଇର ଅବହେଳା ବିରୋଧରେ ମାମଲା ରୁଜୁ କରିଥିଲେ । ତାଙ୍କ ଜିନିଷର ମୂଲ୍ୟ ୮୦ ହଜାର ସମେତ ସେ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ବାବଦକୁ ୨୦ ହଜାର ଟଙ୍କା ଏବଂ ଏଥିନିମନ୍ତେ ସେ ପାଇଥିବା ମାନସିକ ନିର୍ଯାତନାର କ୍ଷତିପୂରଣ ବାବଦକୁ ଆଉ ୮ ହଜାର ଟଙ୍କା ପ୍ରଦାନ କରିବାକୁ ଆୟୋଗ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି ।