'ଦାନା' ପରେ ଦାଉ ସାଧିଛି ବନ୍ୟା, ପାଣିଘେରରେ ଅନେକ ପରିବାର
ଭଦ୍ରକ ୨୮/୧୦: ବାତ୍ୟା ଟଳିଗଲା ପରେ ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ । ବାତ୍ୟା ଦାନା ପରେ ଭଦ୍ରକ ଜିଲା ସମେତ ଭଦ୍ରକ ସହର ଓ ସହରର ଆଖ ପାଖ ପଞ୍ଚାୟତ ମାନଙ୍କରେ ମଧ୍ୟ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ପଡି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଓ ଆଉ କିଛି ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଛିଡି ଥିବାର ଦେଖିବାକୁ ମିଳିଛି । ଦାନା ପରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବ୍ଲକ ଅଧିନରେ ଥିବା ଆର ଏନ ବେତରା ଗ୍ରାମ ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ଅବସ୍ଥାରେ ରହିଛି । ୧୪ଟି ୱାର୍ଡକୁ ନେଇ ଗଠିତ ଏହି ଗ୍ରାମପଞ୍ଚାୟତରେ ମୋଟ ପାଖା ପାଖି ୮ଟି ୱାର୍ଡ ସମ୍ପୂର୍ଣ ଜଳ ମଗ୍ନ ଥିବାର ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତକୁ କପାଳୀ ନଦୀ ଘେରି ରହିଛି । ଫଳରେ ନଈର ପାଣି ବର୍ତ୍ତମାନ ଉଛୁଳି ଗ୍ରାମ ମଧ୍ୟକୁ ପ୍ରବେଶ କରିଯାଇଛି । ଗ୍ରାମବାସୀ ମାନଙ୍କର କହିବା ଅନୁସାରେ ସେମାନଙ୍କର ଚାଷ ଜମି ସମେତ କିଛି ଦୁର୍ବଳ ମାଟି ଓ ଆଜବେଷ୍ଟସ ଘର, ଯାତାୟାତ କରୁଥିବା ରାସ୍ତା, କିଛି ମାତ୍ରାରେ ଦୋକାନ ପ୍ରଭାବିତ ହୋଇଛି । ଏପରିକି ଗ୍ରାମ ପଞ୍ଚାୟତ ମଧ୍ୟରେ କିଛି ୱାର୍ଡରୁ ଅନ୍ୟ ୱାର୍ଡକୁ ଯାତାୟାତ କରି ହେଉନାହିଁ କାରଣ ରାସ୍ତା ଉପରେ ପାଣିର ସୁଅ ଚାଲୁଛି । ଏପରି ପରିସ୍ଥିତିରେ ଯଦି କୌଣସି ଡାକ୍ତରଖାନା ଆବଶ୍ୟକତା ଆସେ ତାହାହେଲେ ଆମ୍ବୁଲାନ୍ସ ଵା କୌଣସି ଗାଡି ଗ୍ରାମ ମଧ୍ୟକୁ ଯ
ଭଦ୍ରକ ୨୮/୧୦: ବାତ୍ୟା ଟଳିଗଲା ପରେ ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ । ବାତ୍ୟା ଦାନା ପରେ ଭଦ୍ରକ ଜିଲା ସମେତ ଭଦ୍ରକ ସହର ଓ ସହରର ଆଖ ପାଖ ପଞ୍ଚାୟତ ମାନଙ୍କରେ ମଧ୍ୟ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ପଡି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଓ ଆଉ କିଛି ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଛିଡି ଥିବାର ଦେଖିବାକୁ ମିଳିଛି ।
ଦାନା ପରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବ୍ଲକ ଅଧିନରେ ଥିବା ଆର ଏନ ବେତରା ଗ୍ରାମ ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ଅବସ୍ଥାରେ ରହିଛି । ୧୪ଟି ୱାର୍ଡକୁ ନେଇ ଗଠିତ ଏହି ଗ୍ରାମପଞ୍ଚାୟତରେ ମୋଟ ପାଖା ପାଖି ୮ଟି ୱାର୍ଡ ସମ୍ପୂର୍ଣ ଜଳ ମଗ୍ନ ଥିବାର ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତକୁ କପାଳୀ ନଦୀ ଘେରି ରହିଛି । ଫଳରେ ନଈର ପାଣି ବର୍ତ୍ତମାନ ଉଛୁଳି ଗ୍ରାମ ମଧ୍ୟକୁ ପ୍ରବେଶ କରିଯାଇଛି ।
ଗ୍ରାମବାସୀ ମାନଙ୍କର କହିବା ଅନୁସାରେ ସେମାନଙ୍କର ଚାଷ ଜମି ସମେତ କିଛି ଦୁର୍ବଳ ମାଟି ଓ ଆଜବେଷ୍ଟସ ଘର, ଯାତାୟାତ କରୁଥିବା ରାସ୍ତା, କିଛି ମାତ୍ରାରେ ଦୋକାନ ପ୍ରଭାବିତ ହୋଇଛି । ଏପରିକି ଗ୍ରାମ ପଞ୍ଚାୟତ ମଧ୍ୟରେ କିଛି ୱାର୍ଡରୁ ଅନ୍ୟ ୱାର୍ଡକୁ ଯାତାୟାତ କରି ହେଉନାହିଁ କାରଣ ରାସ୍ତା ଉପରେ ପାଣିର ସୁଅ ଚାଲୁଛି ।
ଏପରି ପରିସ୍ଥିତିରେ ଯଦି କୌଣସି ଡାକ୍ତରଖାନା ଆବଶ୍ୟକତା ଆସେ ତାହାହେଲେ ଆମ୍ବୁଲାନ୍ସ ଵା କୌଣସି ଗାଡି ଗ୍ରାମ ମଧ୍ୟକୁ ଯାଇ ପାରିବନାହିଁ । ଉକ୍ତ ଗ୍ରାମର ଲୋକମାନେ ଅଣ୍ଟାଏ ଲେଖାଏଁ ପାଣିରେ ପଶି ସାହାରା ପାଇଁ ହାତରେ ବାଡ଼ି ଧରି ଘରୁ ବାହାରୁ ଥିବାର ଦେଖିବାକୁ ମିଳିଛି ।