କ୍ୟାରିୟର ପାଇଁ କରିଛି ଅନେକ ଷ୍ଟ୍ରଗଲ୍‌

ନବେଦଶକର ଅନେକ ହିରୋଇନ୍‌ ବର୍ତ୍ତମାନ ନିଜର କମ୍‌ବ୍ୟାକ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ ଏହି କମ୍‌ବ୍ୟାକ୍‌ କାରଣରୁ ବର୍ତ୍ତମାନ ସେମାନେ ଅନେକ ସମୟରେ ଗଣମାଧ୍ୟମରେ ଖୋଲାଖୋଲି କଥା ହେଉଥିବାର ଦେଖିବାକୁ ମଧ୍ୟ ମିଳୁଛି । ସେହିଭଳି ନିଜ ସମ୍ପର୍କରେ କିଛି ମତ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ରବିନା ଟଣ୍ଡନ୍‌ । ରବିନା ହେଉଛନ୍ତି ନବେଦଶକର ପରିଚିତ ଫିଲ୍ମ ପ୍ରଡ୍ୟୁସର ରବି ଟଣ୍ଡନଙ୍କର ଝିଅ, ହେଲେ ଏହା ପରେ ମଧ୍ୟ ସେ କ୍ୟାରିୟର କରିବାକୁ ଅନେକ […]

କ୍ୟାରିୟର ପାଇଁ କରିଛି ଅନେକ ଷ୍ଟ୍ରଗଲ୍‌
କ୍ୟାରିୟର ପାଇଁ କରିଛି ଅନେକ ଷ୍ଟ୍ରଗଲ୍‌

ନବେଦଶକର ଅନେକ ହିରୋଇନ୍‌ ବର୍ତ୍ତମାନ ନିଜର କମ୍‌ବ୍ୟାକ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ ଏହି କମ୍‌ବ୍ୟାକ୍‌ କାରଣରୁ ବର୍ତ୍ତମାନ ସେମାନେ ଅନେକ ସମୟରେ ଗଣମାଧ୍ୟମରେ ଖୋଲାଖୋଲି କଥା ହେଉଥିବାର ଦେଖିବାକୁ ମଧ୍ୟ ମିଳୁଛି । ସେହିଭଳି ନିଜ ସମ୍ପର୍କରେ କିଛି ମତ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ରବିନା ଟଣ୍ଡନ୍‌ । ରବିନା ହେଉଛନ୍ତି ନବେଦଶକର ପରିଚିତ ଫିଲ୍ମ ପ୍ରଡ୍ୟୁସର ରବି ଟଣ୍ଡନଙ୍କର ଝିଅ, ହେଲେ ଏହା ପରେ ମଧ୍ୟ ସେ କ୍ୟାରିୟର କରିବାକୁ ଅନେକ ଷ୍ଟ୍ରଗଲ୍‌ କରିଥିବା ପ୍ରକାଶ କରିଛନ୍ତି । ପ୍ରଥମରୁ ସେ କେବେ ହେଲେ ବି ଆକଫର ହେବାକୁ ଚାହୁଁନଥିଲେ ବୋଲି ପ୍ରକାଶ କରିଛନ୍ତି । ଏକ ଆଡ୍‌ରେ କାମ କରିବା ପରେ ତାଙ୍କର ଅଭିନୟ ପାଇଁ ମନ ପରିବର୍ତ୍ତନ ହୋଇଥିବା ରବିନା ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ହେଲେ ତାଙ୍କ ବାପା କେବେ ବି ତାଙ୍କ ପାଇଁ ସୁପାରିସ୍‌ କରିନଥିବା ସେ ସୂଚନା ଦେଇଛନ୍ତି । ତାଙ୍କ ବାପା ସବୁବେଳେ ତାଙ୍କୁ ତାଙ୍କର ଟ୍ୟାଲେଣ୍ଟ୍‌ ବଳରେ ଆଗକୁ ଯିବାକୁ ପରାମର୍ଶ ଦେଇଥାଆନ୍ତି ବୋଲି ରବିନା କହିଛନ୍ତି । ଏଭଳିକି ସେ ଜୀବନରେ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରିଛନ୍ତି ଏବଂ ସେଗୁଡିକୁ ସାହସର ସହିତ ସାମନା କରି ଆଗକୁ ବଢିଥିବା ରବିନା ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।