ପ୍ରଥମ ଥର ପାଇଁ ଘୁଷୁରିଠାରେ ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଚିହ୍ନଟ
ସିକାଗୋ: ଓରେଗନର ଏକ ଛୋଟ ଫାର୍ମରେ ଥିବା ଘୁଷୁରିଙ୍କଠାରେ ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି, ଯାହା କି ଦେଶରେ ଘୁଷୁରିଠାରେ ଏହି ଭୂତାଣୁର ପ୍ରଥମ ଚିହ୍ନଟ। ଆମେରିକାର କୃଷି ବିଭାଗ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ପକ୍ଷୀଠାରୁ ପଶୁକୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଏହା ସଂକ୍ରମିତ ପକ୍ଷୀ କିମ୍ବା ପଶୁଠାରୁ ମଣିଷକୁ ବି ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଭୂତାଣୁ ଜିନ୍ ପରିବର୍ତ୍ତନ କରି ଅଧିକ […]

ସିକାଗୋ: ଓରେଗନର ଏକ ଛୋଟ ଫାର୍ମରେ ଥିବା ଘୁଷୁରିଙ୍କଠାରେ ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି, ଯାହା କି ଦେଶରେ ଘୁଷୁରିଠାରେ ଏହି ଭୂତାଣୁର ପ୍ରଥମ ଚିହ୍ନଟ। ଆମେରିକାର କୃଷି ବିଭାଗ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ପକ୍ଷୀଠାରୁ ପଶୁକୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଏହା ସଂକ୍ରମିତ ପକ୍ଷୀ କିମ୍ବା ପଶୁଠାରୁ ମଣିଷକୁ ବି ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଭୂତାଣୁ ଜିନ୍ ପରିବର୍ତ୍ତନ କରି ଅଧିକ ବିପଜ୍ଜନକ ଭୂତାଣୁରେ ପରିଣତ ହୋଇପାରେ ଯାହା ଅଧିକ ସହଜରେ ମଣିଷକୁ ସଂକ୍ରମିତ କରିପାରେ। ତେବେ ୟୁଏସ୍ଡିଏ କହିଛି ଯେ ଓରେଗନ୍ ମାମଲାରୁ ଦେଶର ଘୁଷୁରି ମାଂସ ଯୋଗାଣ ପ୍ରତି କୌଣସି ବିପଦ ନାହିଁ ଏବଂ ବାର୍ଡ ଫ୍ଲୁ ଦ୍ୱାରା ଜନସାଧାରଣଙ୍କ ପ୍ରତି ବିପଦ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ପଶୁପକ୍ଷୀଙ୍କଠାରେ ଫ୍ଲୁ ଉପରେ ଅଧ୍ୟୟନ କରୁଥିବା ସେଣ୍ଟ ଜୁଡ୍ ଚିଲ୍ରେନ୍ ରିସର୍ଚ୍ଚ ହସ୍ପିଟାଲର ଭାଇରୋଲୋଜିଷ୍ଟ ରିଚାର୍ଡ ୱେବ୍ବି କହିଛନ୍ତି, ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ଓରେଗନ୍ ଫାର୍ମକୁ ସଙ୍ଗରୋଧରେ ରଖାଯାଇଛି। ସେଠାରେ ମେଣ୍ଢା ଓ ଛେଳି ସମେତ ଅନ୍ୟାନ୍ୟ ପଶୁଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଫାର୍ମରେ ଥିବା ଘୁଷୁରି ଓ କୁକୁଡ଼ାଙ୍କୁ ମାରି ଦିଆଯାଇଛି। ୟୁଏସ୍ଡିଏର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଘୁଷୁରି ମାମଲା କୁକୁଡ଼ା କିମ୍ବା ଦୁଗ୍ଧ ଫାର୍ମରୁ ନୁହେଁ ବରଂ ଜଙ୍ଗଲୀ ପକ୍ଷୀଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଓରେଗନ୍ ଫାର୍ମରେ ଥିବା ଘୁଷୁରିମାନେ ବାଣିଜ୍ୟିକ ଖାଦ୍ୟ ଯୋଗାଣ ପାଇଁ ଉଦ୍ଦିଷ୍ଟ ନ ଥିଲେ।