ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦଘାଟନ।
କଳାହାଣ୍ଡି:୦୧/୦୮ ଜୟପାଟଣା ବ୍ଲକ ଶିକ୍ଷା ବିଭାଗ. ଅନ୍ତର୍ଗତ ରେଙ୍ଗାଲପାଲି କ୍ଲଷ୍ଟର ଭଇଁରିପାଲି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ଯୁକ୍ତ ଦୁଇ କଲା ଛାତ୍ର ଶ୍ରେଣୀର ଉଦଘାଟନ ସମାରୋହରେ ସମ୍ମାନୀୟ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମ ନାରାୟଣ ପଣ୍ଡା ଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତା ଭାବେ ରେଙ୍ଗଲାପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ , ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ଜୟପାଟଣା ଶରତ ଚନ୍ଦ୍ର ରାଉତ,ଯୁବ […] The post ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦଘାଟନ। appeared first on Odisha.News.
କଳାହାଣ୍ଡି:୦୧/୦୮
ଜୟପାଟଣା ବ୍ଲକ ଶିକ୍ଷା ବିଭାଗ. ଅନ୍ତର୍ଗତ ରେଙ୍ଗାଲପାଲି କ୍ଲଷ୍ଟର ଭଇଁରିପାଲି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ଯୁକ୍ତ ଦୁଇ କଲା ଛାତ୍ର ଶ୍ରେଣୀର ଉଦଘାଟନ ସମାରୋହରେ ସମ୍ମାନୀୟ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମ ନାରାୟଣ ପଣ୍ଡା ଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତା ଭାବେ ରେଙ୍ଗଲାପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ , ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ଜୟପାଟଣା ଶରତ ଚନ୍ଦ୍ର ରାଉତ,ଯୁବ ସଂଗଠକ ମଳୟ ରାଉତ,ପ୍ରଧାନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ ସଭାର ସଭାପତିତ୍ବ ଭାବେ ମଞ୍ଚଶିନ ଥିଲେ। ଶିକ୍ଷାବର୍ଷ ୨୦୨୪-୨୫ ପାଇ ୧୨୪ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ଆସନ ଥିବା ବେଳେ ୪୪ ଜଣ ଏପର୍ଯ୍ୟନ୍ତ ନାମ ଲେଖିଛନ୍ତି।ଅଧ୍ୟାପକ ଭାବେ ୫ ଜଣ ଙ୍କୁ ନିଯୁକ୍ତି ଦିଆଯାଇଛି ତନ୍ମଧ୍ୟରେ ଅର୍ଥନୀତି,ଇତିହାସ, ଓଡ଼ିଆ, ଇଂରାଜି,ରାଜନୀତି ବିଜ୍ଞାନ ପାଇଁ ଇଣ୍ଟର୍ଭ୍ୟୁ ମାଧ୍ୟମରେ ଅତିଥି ଅଧ୍ୟାପକ ଭାବେ ଚୟନ କରାଯାଇଛି । ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲି ଥିବା ହେତୁ ଛାତ୍ର ଛାତ୍ରୀ ତଥା ଅଞ୍ଚଳରେ ବହୁତ୍ ଉତ୍ସାହ ଦେଖାଯାଇଛି। ସଭା କାର୍ଯ୍ୟକ୍ରମ କୁ ସଂସ୍କୃତ ଶିକ୍ଷକ ସୁନିଲ ଶବର ପରିଚାଳନ କରିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ସୂର୍ଯ୍ୟମଣି ପାତ୍ର, ହିନ୍ଦୀ ଶିକ୍ଷକ ଦୀପକ ପଟ୍ଟନାୟକ, କନିଷ୍ଟ କିରାଣୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ତଥା ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
The post ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦଘାଟନ। appeared first on Odisha.News.