ଲକ୍ଷ୍ମୌରେ କୋଠା ଭୁଶୁଡି ୫ ମୃତ, ୨୮ରୁ ଅଧିକ ଆହତ

ଲକ୍ଷ୍ମୌ : ଉତ୍ତରପ୍ରଦେଶ ଲକ୍ଷ୍ମୌରେ ଭୁଶୁଡିଲା ୩ ମହଲା କୋଠା। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୨୮ରୁ ଅଧିକ ଲୋକ... The post ଲକ୍ଷ୍ମୌରେ କୋଠା ଭୁଶୁଡି ୫ ମୃତ, ୨୮ରୁ ଅଧିକ ଆହତ appeared first on .

ଲକ୍ଷ୍ମୌରେ କୋଠା ଭୁଶୁଡି ୫ ମୃତ, ୨୮ରୁ ଅଧିକ ଆହତ

ଲକ୍ଷ୍ମୌ : ଉତ୍ତରପ୍ରଦେଶ ଲକ୍ଷ୍ମୌରେ ଭୁଶୁଡିଲା ୩ ମହଲା କୋଠା। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲକ୍ଷ୍ମୌସ୍ଥିତ ଟ୍ରାନ୍ସପୋର୍ଟ ନଗରରେ ଘଟିଛି ଅଘଟଣ। ଆହୁରି ଅନେକ ଲୋକ ଭଗ୍ନସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି। କୋଠା ତଳେ ଥିବା ଏକ ଟ୍ରକ ବି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଉଦ୍ଧାର କାର୍ଯ୍ଯରେ ଏନଡିଆରଏଫ, ଏସଡିଆରଏଫ ଓ ପୋଲିସ ନିୟୋଜିତ ହୋଇଛନ୍ତି। ରାଜସ୍ବ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ଯାନ କରିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ଯା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ ସେଥିଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ।

The post ଲକ୍ଷ୍ମୌରେ କୋଠା ଭୁଶୁଡି ୫ ମୃତ, ୨୮ରୁ ଅଧିକ ଆହତ appeared first on .