ସମସ୍ତ ହବିଷ୍ୟାଳୀଙ୍କ ହେବ ଥଇଥାନ ବ୍ୟବସ୍ଥା – ଜୟନ୍ତ ଷଡ଼ଙ୍ଗୀ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତିକ ବ୍ରତ । ଏଠି ସକାଳେ ପୁରୀରେ ଜମିଛି ହବିଷ୍ୟାଳୀଙ୍କ ଭିଡ଼ । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ତେବେ ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ଥଇଥାନ ନେଇ ସୃଷ୍ଟି ହୋଇଥିଲା ଏକ ଅପ୍ରୀତିକର ପରିସ୍ଥିତି । ରହଣି ଦାବିକରି ବୃନ୍ଦାବତୀ ନିବାସ ସାମ୍ନାରେ ଅଣପଞ୍ଜୀକୃତ ହବିଷ୍ୟାଳିମାନେ ଏକାଠି ହୋଇ ଆନ୍ଦୋଳନ କରିଥିଲେ । ଏନେଇ ଉପଜିଲାପାଳ କହିଛନ୍ତି, ପ୍ରଥମେ ପଞ୍ଜୀକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା […]

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତିକ ବ୍ରତ । ଏଠି ସକାଳେ ପୁରୀରେ ଜମିଛି ହବିଷ୍ୟାଳୀଙ୍କ ଭିଡ଼ । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ତେବେ ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ଥଇଥାନ ନେଇ ସୃଷ୍ଟି ହୋଇଥିଲା ଏକ ଅପ୍ରୀତିକର ପରିସ୍ଥିତି । ରହଣି ଦାବିକରି ବୃନ୍ଦାବତୀ ନିବାସ ସାମ୍ନାରେ ଅଣପଞ୍ଜୀକୃତ ହବିଷ୍ୟାଳିମାନେ ଏକାଠି ହୋଇ ଆନ୍ଦୋଳନ କରିଥିଲେ । ଏନେଇ ଉପଜିଲାପାଳ କହିଛନ୍ତି, ପ୍ରଥମେ ପଞ୍ଜୀକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ଦିଆଯିବ।
ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ପୁରୀରେ ସମସ୍ୟା ଉପୁଜିବା ପରେ ଶୁକ୍ରବାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ କହିଛନ୍ତି, ଯେଉଁ ମା’ମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳି ମା’ମାନେ ରହିବେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଥାନାଭାବ ହେଲେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିସାରିଛି । ଦୁଇ ଦିନ ବାହାରେ ରହିବା ପରେ ଶେଷରେ ଅଣ ପଞ୍ଜିକୃତ ହବିଷ୍ୟାଳୀମାନଙ୍କୁ ଥଇଥାନ କରାଯାଇଛି । ପୁରୀରେ ଥିବା ଅନ୍ୟ ଧର୍ମଶାଳାରେ ଶିବିରରେ ହବିଷ୍ୟାଳୀଙ୍କୁ ରଖାଯାଇଛି । ପଞ୍ଜିକୃତ କରିଥିବା ହବିଷ୍ୟାଳୀମାନେ ନ ଆସିବାରୁ ଅନ୍ୟ ବ୍ରତଧାରୀଙ୍କୁ ହବିଷ୍ୟାଳୀ ଶିବିରରେ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ।
ସୂଚନାନୁସାରେ,କାର୍ତ୍ତିକରେ ବ୍ରତଧାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଅନଲାଇନ ପଞ୍ଜିକରଣ କରାଯାଇଥିଲା । ଯେଉଁମାନେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପରେ କରାଯାଇଥିବା ଶିବିରରେ ରଖାଯାଇଥିଲା । ମାତ୍ର ଗତକାଲିଠାରୁ କିଛି ହବିଷ୍ୟାଳୀ ପଞ୍ଜିକରଣ ନ କରି ଶିବିରରେ ପହଁଚି ଯାଇଥିଲେ । କିନ୍ତୁ ସେମାନଙ୍କୁ ରହିବାକୁ ଅନୁମିତ ମିଳି ନ ଥିଲା । ସେଥିପାଇଁ ବ୍ରତଧାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ ।