ମନୋଜ ଆହୁଜା ହେଲେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ, ପୂର୍ବ ଚିଠିରେ ଏସଜେଟିଏର ଅଧ୍ୟକ୍ଷ ବୋଲି ଉଲ୍ଲେଖ କରାଯାଇଥିଲା । ହେଲେ ଏହି ଖବର ପ୍ରସାରଣ ପରେ ସେବାୟତ ପ୍ରତିକ୍ରିୟାଶୀଳ ହୋଇଥିଲେ । ନିୟମ ଅନୁସାରେ, ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ରହିପାରିବେ । ତେବେ ଏହାକୁ ନେଇ ତୀବ୍ର […]

ମନୋଜ ଆହୁଜା ହେଲେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ, ପୂର୍ବ ଚିଠିରେ ଏସଜେଟିଏର ଅଧ୍ୟକ୍ଷ ବୋଲି ଉଲ୍ଲେଖ କରାଯାଇଥିଲା ।

ହେଲେ ଏହି ଖବର ପ୍ରସାରଣ ପରେ ସେବାୟତ ପ୍ରତିକ୍ରିୟାଶୀଳ ହୋଇଥିଲେ । ନିୟମ ଅନୁସାରେ, ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ରହିପାରିବେ । ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଯାହା ପରେ ଚିଠି ବଦଳାଯଇଥିଲା ।