ରାତିସାରା ଖୋଲି ପାରିବେ ନାହିଁ ବାର
ଭୁବନେଶ୍ୱର : ବାର ମାଲିକଙ୍କୁ ଝଟକା । ଏଣିକି ରାତିସାରା ଖୋଲି ପାରିବେନାହିଁ ବାର ପବ୍ । ଏନେଇ ବାର ମାଲିକଙ୍କୁ ଅବକାରୀ ବିଭାଗର କମିଶନର କଡା ଚେତାବନୀ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ ପ୍ରଥମ ଛଢାଉରେ ଫାଇନ୍ ଆଦାୟ ହେବ ଏବଂ ଏହାର ବାରମ୍ବାର ଅବମାନନା କରି ଉଲଂଘନ କଲେ ବାର ଲାଇସେନସକୁ ବାତିଲ କରାଯିବ ବୋଲି କୁହାଯାଇଛି । ଯେଉଁ ଅଞ୍ଚଳରେ ରାତିସାରା ବାର ଗୁଡିକ ଖୋଲା […]

ଭୁବନେଶ୍ୱର : ବାର ମାଲିକଙ୍କୁ ଝଟକା । ଏଣିକି ରାତିସାରା ଖୋଲି ପାରିବେନାହିଁ ବାର ପବ୍ । ଏନେଇ ବାର ମାଲିକଙ୍କୁ ଅବକାରୀ ବିଭାଗର କମିଶନର କଡା ଚେତାବନୀ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ ପ୍ରଥମ ଛଢାଉରେ ଫାଇନ୍ ଆଦାୟ ହେବ ଏବଂ ଏହାର ବାରମ୍ବାର ଅବମାନନା କରି ଉଲଂଘନ କଲେ ବାର ଲାଇସେନସକୁ ବାତିଲ କରାଯିବ ବୋଲି କୁହାଯାଇଛି । ଯେଉଁ ଅଞ୍ଚଳରେ ରାତିସାରା ବାର ଗୁଡିକ ଖୋଲା ରହୁଛି ଆସନ୍ତା ୨ ସପ୍ତାହ ମଧ୍ୟରେ ଅବକାରୀ ଅଧିକାରୀମାନେ ଏହାର ତଦନ୍ତ କରିବାକୁ ନିର୍ଦେଶ ହୋଇଛି । ଯେଉଁ ଅଫିସର ସଠିକ୍ ଭାବେ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗର କମିଶନର ସୂଚନା ଦେଇଛନ୍ତି ।