ପରଲୋକରେ ‘ଅଗ୍ନିମ୍ୟାନ୍’; ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ

Father of agni missile passes away

ପରଲୋକରେ ‘ଅଗ୍ନିମ୍ୟାନ୍’; ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ

ନୂଆଦିଲ୍ଲୀ : ଅଗ୍ନି ମିଶାଇଲର ଜନକ ଭାବେ ପରିଚିତ ପ୍ରଖ୍ୟାତ ଏରୋସ୍ପେଶ୍ ବୈଜ୍ଞାନିକ ଡକ୍ଟର ରାମ ନାରାୟଣ ଅଗ୍ରୱାଲ ଆଜି ପରଲୋକ ଘଟିଛି। ୮୪ ବର୍ଷ ବୟସରେ ହାଇଦ୍ରାବାଦରେ ଏହି ପୂର୍ବତନ ଡିଆରଡିଓ ବୈଜ୍ଞାନିକଙ୍କ ଦେହାନ୍ତ ହୋଇଛି। ଭାରତର ଲଙ୍ଗ ରେଞ୍ଜ ବାଲିଷ୍ଟିକ୍ ମିଶାଇଲ୍ ପ୍ରୋଗ୍ରାମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଏବଂ ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ। ୧୯୮୩ ମସିହାରୁ ୨୦୦୫ରେ ଅବସର ନେବା ପର୍ଯ୍ୟନ୍ତ ସେ ଅଗ୍ନି ମିଶାଇଲ୍ ନିର୍ମାଣର ନେତୃତ୍ୱ ନେଇଥିଲେ । ହାଇଦ୍ରାବାଦ ସ୍ଥିତ ଆଡଭାନ୍ସଡ ସିଷ୍ଟମ ଲାବ୍ରଟୋରି ଏଏସ୍‌ଏଲ୍‌ର ନିର୍ଦ୍ଦେଶକ ଭାବେ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ୫ହଜାର କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କ୍ଷମତା ଥିବା ଅଗ୍ନି-ଭି କ୍ଷେପଣାସ୍ତ୍ର ମଧ୍ୟ ବିକଶିତ ହୋଇଥିଲା ।