ଟ୍ରୁଡୋଙ୍କ ଭାଷଣ ସମୟରେ ଖଲିସ୍ତାନ ସ୍ଲୋଗାନକୁ ନେଇ କାନାଡ଼ା କୂଟନୀତିଜ୍ଞଙ୍କୁ ସମନ୍ କଲା ଭାରତ
ନୂଆଦିଲ୍ଲୀ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ଏକ କାର୍ଯ୍ୟକ୍ରମରେ ଆଜି ଖଲିସ୍ତାନ ସମର୍ଥିତ ସ୍ଲୋଗାନ ଦିଆଯାଇଥିବାରୁ ଉକ୍ତ ପ୍ରସଙ୍ଗରେ ଆଜି ଭାରତ ସରକାର କାନାଡ଼ା ଡେପୁଟି ହାଇ କମିସନରଙ୍କୁ ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ସମନ୍ କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏକ ବିବୃତି ଜାରି କରି କହିଛନ୍ତି, କାନାଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି ବିଶୃଙ୍ଖଳା ଗଭୀର ଭାବେ ଚିନ୍ତାଜନକ । ଏଥିରୁ ଜଣାପଡ଼ୁଛି ଯେ କାନାଡ଼ାରେ ବିଚ୍ଛିନତାବାଦ ଏବଂ ଉଗ୍ରବାଦ ଏବଂ ହିଂସାକୁ ରାଜନୈତିକ […]

ନୂଆଦିଲ୍ଲୀ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ଏକ କାର୍ଯ୍ୟକ୍ରମରେ ଆଜି ଖଲିସ୍ତାନ ସମର୍ଥିତ ସ୍ଲୋଗାନ ଦିଆଯାଇଥିବାରୁ ଉକ୍ତ ପ୍ରସଙ୍ଗରେ ଆଜି ଭାରତ ସରକାର କାନାଡ଼ା ଡେପୁଟି ହାଇ କମିସନରଙ୍କୁ ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ସମନ୍ କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏକ ବିବୃତି ଜାରି କରି କହିଛନ୍ତି, କାନାଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି ବିଶୃଙ୍ଖଳା ଗଭୀର ଭାବେ ଚିନ୍ତାଜନକ । ଏଥିରୁ ଜଣାପଡ଼ୁଛି ଯେ କାନାଡ଼ାରେ ବିଚ୍ଛିନତାବାଦ ଏବଂ ଉଗ୍ରବାଦ ଏବଂ ହିଂସାକୁ ରାଜନୈତିକ ସ୍ଥାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଟରୋଣ୍ଟରେ ଖଲସା ଡେ ସେଲିବ୍ରେସନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭିଡିଓରୁ ଦେଖିବାକୁ ମିଳିଛି ଯେ ଟ୍ରୁଡୋ ଜନସାଧାରଣଙ୍କୁ ଉଦବୋଧନ ଦେବା ସମୟରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ ଦିଆଯାଇଥିଲା। ଭାଷଣରେ ଟ୍ରୁଡୋ ଶିଖ୍ ସମ୍ପ୍ରଦାୟକୁ ଏହା ନିଶ୍ଚିତ କରାଇଛନ୍ତି ଯେ କାନାଡ଼ା ସରକାର ସେମାନଙ୍କ ଅଧିକାର ଏବଂ ସ୍ବାଧୀନତାକୁ ସୁରକ୍ଷା ଦେବେ।