ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସବ୍ ଲେପ୍ଟନାଣ୍ଟ ଆସ୍ଥା ପୁନିଆ ନୌସେନାର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ଗୌରବ ହାସଲ କରିଛନ୍ତି। ଏହି ପ୍ରକ୍ରିୟାରେ ସେ ‘ୱିଙ୍ଗ୍ସ ଅଫ୍ ଗୋଲ୍ଡ’ରେ ସମ୍ମାନିତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଭାରତୀୟ ନୌସେନା ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଆନୁଷ୍ଠାନିକ ଭାବେ ଆସ୍ଥା ପୁନିଆ ନୌସେନାର ଫାଇଟର ଷ୍ଟ୍ରିମ୍ରେ ସାମିଲ ହୋଇଛନ୍ତି। ଗୋଟିଏ ବର୍ଷର ତାଲିମ ଶେଷ ହେବାପରେ ଆସ୍ଥା ନୌସେନାର ମିଗ୍ ୨୯-କେ ଏବଂ ରାଫେଲ ଏମ୍ […]

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସବ୍ ଲେପ୍ଟନାଣ୍ଟ ଆସ୍ଥା ପୁନିଆ ନୌସେନାର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ଗୌରବ ହାସଲ କରିଛନ୍ତି। ଏହି ପ୍ରକ୍ରିୟାରେ ସେ ‘ୱିଙ୍ଗ୍ସ ଅଫ୍ ଗୋଲ୍ଡ’ରେ ସମ୍ମାନିତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଭାରତୀୟ ନୌସେନା ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଆନୁଷ୍ଠାନିକ ଭାବେ ଆସ୍ଥା ପୁନିଆ ନୌସେନାର ଫାଇଟର ଷ୍ଟ୍ରିମ୍ରେ ସାମିଲ ହୋଇଛନ୍ତି। ଗୋଟିଏ ବର୍ଷର ତାଲିମ ଶେଷ ହେବାପରେ ଆସ୍ଥା ନୌସେନାର ମିଗ୍ ୨୯-କେ ଏବଂ ରାଫେଲ ଏମ୍ ଫାଇଟର ଜେଟ୍ ଉଡ଼ାଇବେ।