ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା
ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ପଥରପୁଞ୍ଜି ଗ୍ରାମର କାଜି ଜେନାଙ୍କ ଝିଅ ପୂର୍ଣ୍ଣିମା ଦାସଙ୍କ ସହ ଆଡପଡା ଗ୍ରାମର ବିଜୟ ଦାସଙ୍କ ପୁଅ ଜିଲୁ ଦାସଙ୍କର ୨୦୨୨ ମସିହା ଏପ୍ରିଲ ୨ ତାରିଖରେ ବାହାଘର ହୋଇଥିଲା। ବିବାହ ସମୟରେ ବରଘରକୁ ଦାବି ମୁତାବକ ୫୫ […] The post ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା appeared first on Dharitri Odia News.
ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ପଥରପୁଞ୍ଜି ଗ୍ରାମର କାଜି ଜେନାଙ୍କ ଝିଅ ପୂର୍ଣ୍ଣିମା ଦାସଙ୍କ ସହ ଆଡପଡା ଗ୍ରାମର ବିଜୟ ଦାସଙ୍କ ପୁଅ ଜିଲୁ ଦାସଙ୍କର ୨୦୨୨ ମସିହା ଏପ୍ରିଲ ୨ ତାରିଖରେ ବାହାଘର ହୋଇଥିଲା। ବିବାହ ସମୟରେ ବରଘରକୁ ଦାବି ମୁତାବକ ୫୫ ହଜାର ଟଙ୍କା, ମୋଟର ସାଇକେଲ ସହ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ରେଣୁ ଦାସ ଓ ଦିଅର ଫିଲୁ ଦାସ ବିଭିନ୍ନ ସମୟରେ ପୂର୍ଣ୍ଣିମାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏ ସମ୍ପର୍କରେ ମହିଳା ଜଣଙ୍କ ସ୍ବାମୀଙ୍କୁ କହିଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ୨୧ ତାରିଖ ରାତିରେ ଶାଶୁ ଓ ଦିଅର ମିଶି ଅଧିକ ଯୌତୁକ ଦେବାକୁ ଦାବି କରିଥିଲେ। ଅଧିକ ଯୌତୁକ ଦେବାକୁ ବାପାଘର ଲୋକେ ଅସମର୍ଥ ବୋଲି ପୂର୍ଣ୍ଣିମା କହିବାରୁ ଶାଶୁ ଓ ଦିଅର ଦୁହେଁ ମିଶି ମହିଳାଙ୍କୁ ମାଡ ମାରିଥିଲେ। ପରେ ଦିଅର ଫିଲୁ ମହିଳାଙ୍କୁ ଅସଦାଚରଣ କରିବା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୩୨/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
The post ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା appeared first on Dharitri Odia News.