ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ

କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ ହ୍ବିସିଲ୍‌ ମାରି କଥା ହୋଇଥାନ୍ତି। ଦକ୍ଷିଣ ପୂର୍ବରେ ଥିବା ମେଘାଳୟରେ ଏହି ରାଜ୍ୟ ଅବସ୍ଥିତ। ଘନ ଜଙ୍ଗଲ ଏବଂ ଦୁର୍ଲଭ ଔଷଧୀୟ ବୃକ୍ଷ ଲାଗି ଖ୍ୟାତ ମେଘାଳୟର ଏହି ଗାଁ ଦୁନିଆରେ ନିଜର ବିଚିତ୍ର ପରମ୍ପରା ଲାଗି ପରିଚିତ। ଆପଣ ଭାବୁଥିବେ ଏହି ଗାଁର ଲୋକଙ୍କୁ କଥା କହିବା ଆସୁ […] The post ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ appeared first on Dharitri Odia News.

ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ

କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ ହ୍ବିସିଲ୍‌ ମାରି କଥା ହୋଇଥାନ୍ତି। ଦକ୍ଷିଣ ପୂର୍ବରେ ଥିବା ମେଘାଳୟରେ ଏହି ରାଜ୍ୟ ଅବସ୍ଥିତ। ଘନ ଜଙ୍ଗଲ ଏବଂ ଦୁର୍ଲଭ ଔଷଧୀୟ ବୃକ୍ଷ ଲାଗି ଖ୍ୟାତ ମେଘାଳୟର ଏହି ଗାଁ ଦୁନିଆରେ ନିଜର ବିଚିତ୍ର ପରମ୍ପରା ଲାଗି ପରିଚିତ।

ଆପଣ ଭାବୁଥିବେ ଏହି ଗାଁର ଲୋକଙ୍କୁ କଥା କହିବା ଆସୁ ନ ଥାଇପାରେ। ହେଲେ ଏହା ଭୁଲ। କଥା କହି ପାରୁଥିଲେ ହେଁ ଗ୍ରାମବାସୀ ନିଜର ଦୁର୍ଲଭ ପରମ୍ପରାକୁ ମାନିଥାନ୍ତି। ସେମାନେ ହ୍ବ୍‌ିସିଲ୍‌ ମାରି କଥା ହୋଇଥାନ୍ତି। ତେବେ ଏହି ଗାଁର ନାମ କୋଙ୍ଗଥୋଙ୍ଗ। ମେଘାଳୟ ରାଜଧାନୀ ଶିଲଂଠାରୁ ୬୦ କିମି ଦୂର ପୂର୍ବୀ ଖାସି ହିଲ୍ସ ଜିଲାରେ ଏହା ଅବସ୍ଥିତ।

କୋଙ୍ଗଥୋଙ୍ଗ ଗାଁ ହ୍ବିସ୍‌ଲିଂ ଭିଲେଜ୍‌ ନାମରେ ଜଣାଶୁଣା। ଏଠାକାର ଲୋକେ କଥା ହେବା ଲାଗି ହ୍ବିସିଲ୍‌ ମାରିଥାନ୍ତି। ଅନେକ ବର୍ଷରୁ ଏହା ଚାଲି ଆସୁଛି। ‘ଜିଙ୍ଗରବାଇ ଲଓ୍ବବି’ ନାମକ ସ୍ବରକୁ ସେମାନେ ହ୍ବିସିଲ୍‌ରେ କହିଥାନ୍ତି। ଏହି ଶବ୍ଦର ଅର୍ଥ ‘ମାର ସ୍ନେହ ପୂର୍ଣ୍ଣ ଗୀତ’।

The post ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ appeared first on Dharitri Odia News.