୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ନିରାକାରପୁର, ୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ଟାଙ୍ଗି ରେଞ୍ଜ କାର୍ଯ୍ୟାଳୟ କୌଣସି ସୂତ୍ରରୁ ଖବର ପାଇ ବାଲିନାସି ଅଞ୍ଚଳ ରଘୁରାୟ ଘେରି ନିକଟରୁ ଅଚାନକ ଚଢ଼ାଉ କରି ଘଟଣାସ୍ଥଳରୁ ୨୯ ମୃତ ବିଦେଶୀ ପକ୍ଷୀ ସହ ଜଣେ ଶିକାରୀଙ୍କୁ ଗିରଫ କରିଛି । ଶିକାରୀ ଜଣକ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ଉଜ୍ଜୁଳା ଗୋପିନାଥପୁର ଗ୍ରାମର ଆଲୋକ ପ୍ରଧାନ, ( ୨୮), ଗିରଫ ପ୍ରଧାନଙ୍କଠାରୁ ଗୋଟାଏ ମୋବାଇଲ ଫୋନ, ବ୍ୟବହୃତ ମୋଟର […] The post ୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ appeared first on Dharitri Odia News.

୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ନିରାକାରପୁର, ୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ଟାଙ୍ଗି ରେଞ୍ଜ କାର୍ଯ୍ୟାଳୟ କୌଣସି ସୂତ୍ରରୁ ଖବର ପାଇ ବାଲିନାସି ଅଞ୍ଚଳ ରଘୁରାୟ ଘେରି ନିକଟରୁ ଅଚାନକ ଚଢ଼ାଉ କରି ଘଟଣାସ୍ଥଳରୁ ୨୯ ମୃତ ବିଦେଶୀ ପକ୍ଷୀ ସହ ଜଣେ ଶିକାରୀଙ୍କୁ ଗିରଫ କରିଛି ।
ଶିକାରୀ ଜଣକ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ଉଜ୍ଜୁଳା ଗୋପିନାଥପୁର ଗ୍ରାମର ଆଲୋକ ପ୍ରଧାନ, ( ୨୮),
ଗିରଫ ପ୍ରଧାନଙ୍କଠାରୁ ଗୋଟାଏ ମୋବାଇଲ ଫୋନ, ବ୍ୟବହୃତ ମୋଟର ସାଇକେଲ, ବାଇନୋକୁଲାର ସହ ୨୯ ମୃତ ପକ୍ଷୀ ଜବତ୍‌ ହୋଇଛି। ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି ।

The post ୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ appeared first on Dharitri Odia News.