କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। କୋରେଇରୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେହିଭଳି ନୀଳଗିରି ପାଇଁ ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେଇଛି। ନିକଟରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିଭଳି ଖଣ୍ଡପଡା ପାଇଁ ସାବିତ୍ରୀ […] The post କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ appeared first on Dharitri Odia News.

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। କୋରେଇରୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ସେହିଭଳି ନୀଳଗିରି ପାଇଁ ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେଇଛି। ନିକଟରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିଭଳି ଖଣ୍ଡପଡା ପାଇଁ ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହା ବ୍ୟତୀତ ଦଳ ଦେବଗଡରେ ପ୍ରାର୍ଥୀ ପରିବର୍ତ୍ତିନ କରିଛି। ସମ୍ବଲପୁର ସଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ବିଶ୍ୱାଳଙ୍କୁ ଟିକେଟ୍ ଦିଆଯାଇଛି।

ତେବେ ପୂର୍ବରୁ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି କୋରେଇରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହା ବ୍ୟତୀତ ପ୍ରଣବ ପ୍ରକାଶ ଦାସଙ୍କ ସାନଭାଇ ଏଠାରୁ ଟିକେଟ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସମସ୍ତ ଆକଳନକୁ ଭୁଲ ପ୍ରାମାନ୍ତ କରି ବିଜେଡି ଏଠାରେ ବଡ଼ ଚାଲ ଚଳାଇଛି।

କୋରେଇରୁ ଭାଜପା ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଆକାଶ ଦାସ ନାୟକ। ନିକଟରେ ସେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିଲେ। ଏଠାରେ ଅନ୍ୟତମ ମୁଖ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥୀ କରିଛି।

The post କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ appeared first on Dharitri Odia News.