ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ବର୍ତ୍ତମାନ ଖରିଫ ଫସଲ ପାଇଁ ଅନୁକୁଳ ହୋଇଛି। ଚାଷୀମାନେ ଜମି ହଳ କରିବାଠାରୁ ଆରମ୍ଭ କରି ଧାନ ପହ୍ଲାରୁଆରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଦୋକାନ, ବଜାର ମାନ୍ଦା ପଡ଼ି ଥିବାବେଳେ ବିଭିନ୍ନ ସ୍ଥାନରେ ଡ୍ରେନ ଏବଂ ରାସ୍ତା ଉପରେ ବହୁଥିବା ନର୍ଦ୍ଦମା ପାଣି ଘରଦ୍ୱାରକୁ ପଶୁଛି। ଏପରିକି ଡ୍ରେନେଜ ବ୍ୟବସ୍ଥା ଠିକ୍‌ […] The post ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.

ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ବର୍ତ୍ତମାନ ଖରିଫ ଫସଲ ପାଇଁ ଅନୁକୁଳ ହୋଇଛି। ଚାଷୀମାନେ ଜମି ହଳ କରିବାଠାରୁ ଆରମ୍ଭ କରି ଧାନ ପହ୍ଲାରୁଆରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଦୋକାନ, ବଜାର ମାନ୍ଦା ପଡ଼ି ଥିବାବେଳେ ବିଭିନ୍ନ ସ୍ଥାନରେ ଡ୍ରେନ ଏବଂ ରାସ୍ତା ଉପରେ ବହୁଥିବା ନର୍ଦ୍ଦମା ପାଣି ଘରଦ୍ୱାରକୁ ପଶୁଛି। ଏପରିକି ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନଥିବା ଯୋଗୁ ବରଗଡ଼ ସରକାରୀ ବସଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇ ପଡ଼ୁଛି। ଫଳରେ ଯାତ୍ରୀମାନଙ୍କୁ ମଧ୍ୟ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଜିଲାରେ ଗତ ୧ତାରିଖରେ ୧୫୪.୮, ୨ତାରିଖ ୧୨୨.୫, ୩ତାରିଖ ୮୨.୬, ୪ତାରିଖ ୯୫.୮, ୫ତାରିଖ ୧୭୫.୮ ଏବଂ ୬ତାରିଖ ୧୭୦ମି.ମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଗତବର୍ଷଠାରୁ ଏଥର ବିଳମ୍ବରେ ବର୍ଷା ହୋଇଛି । ବର୍ଷା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି। ଲଗାଣ ବର୍ଷା ଯୋଗୁ ଦୋକାନ, ବଜାର ମଧ୍ୟ ଖାଁ ଖାଁ ହୋଇ ବ୍ୟସାୟୀଙ୍କ ଦୁଃଖ ବଢ଼ାଇ ଦେଇଛି। ବର୍ଷା ଏଭଳି ଲାଗି ରହିଛି ଯେ, ବିନା ଛତା ଏବଂ ରେନି କୋଟ୍‌ରେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ତେବେ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନାହିଁ। ଫଳରେ ଲଗାଣ ବର୍ଷା ହେଲେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। କେବଳ ଘରଦ୍ୱାର ନୁହେଁ, ବରଗଡ଼ ସରକାରୀ ବସଷ୍ଟାଣ୍ଡ, ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଅନେକ ସରକାରୀ ଅନୁଷ୍ଠାନରେ ନର୍ଦ୍ଦମା ପାଣି ଲହଡ଼ି ମାରୁଛି। ତେବେ ପ୍ରତିବର୍ଷ ଏଭଳି ସମସ୍ୟା ଲାଗି ରହିଥିବାବେଳେ ତାର ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ଯୋଗୁ ଏହା ସରକାରୀ କଳର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସାଧାରଣରେ ଆଲୋଚିତ ହେଉଛି।

The post ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.