ଭିଏସ୍‌ଏସ୍‌ ଷ୍ଟାଡିୟମର ହେବ ଆଧୁନିକୀକରଣ

ସମ୍ବଲପୁର,୧୧ା୨(ପ୍ରମୋଦ ବହିଦାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରବିବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳରେ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଇଆସିଛନ୍ତି। ସେଥିପାଇଁ କିଛିଦିନ ପୂର୍ବେ ବୁର୍ଲାରେ ୨୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟିତ ହୋଇଥିବା ବେଳେ ସମ୍ବଲପୁର ଫୁଟବଲ ଏକାଡେମୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ପୋଟର୍‌ସ କମ୍ପ୍ଲେକ୍ସର ଶିଳାନ୍ୟାସ ହୋଇଛି। […] The post ଭିଏସ୍‌ଏସ୍‌ ଷ୍ଟାଡିୟମର ହେବ ଆଧୁନିକୀକରଣ appeared first on Dharitri Odia News.

ଭିଏସ୍‌ଏସ୍‌ ଷ୍ଟାଡିୟମର ହେବ ଆଧୁନିକୀକରଣ

ସମ୍ବଲପୁର,୧୧ା୨(ପ୍ରମୋଦ ବହିଦାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରବିବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳରେ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଇଆସିଛନ୍ତି। ସେଥିପାଇଁ କିଛିଦିନ ପୂର୍ବେ ବୁର୍ଲାରେ ୨୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟିତ ହୋଇଥିବା ବେଳେ ସମ୍ବଲପୁର ଫୁଟବଲ ଏକାଡେମୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ପୋଟର୍‌ସ କମ୍ପ୍ଲେକ୍ସର ଶିଳାନ୍ୟାସ ହୋଇଛି। ଏଠାରେ ହକି ଷ୍ଟାଡିୟମ ସହ ଇନ୍‌ଡୋର ସ୍ପୋଟର୍‌ସ ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ସେହିପରି ସମ୍ବଲପୁରରେ ଏକ ନୂତନ ଫୁଟବଲ ଷ୍ଟାଡିୟମ ନିର୍ମାଣ ଓ ଭିଏସ୍‌ଏସ୍‌ ଷ୍ଟଡିୟମର ଆଧୁନିକୀକରଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ବୋଲି ସେ କହିଥିଲେ।
ପରେ ସେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଯାଇ ସେଠାରେ ଅଭ୍ୟାସରତ ଖେଳାଳିଙ୍କ ସହ କିଛିସମୟ କିକ୍ରେଟ୍‌ ଖେଳିଥିଲେ। ପ୍ରାୟ ୩୫୦ କୋଟି ବ୍ୟୟ ଅଟକଳରେ ହୋଇଥିବା ଭିଏସ୍‌ଏସ୍‌ ଷ୍ଟାଡିୟମର ଆଧୁନିକୀରଣ ପ୍ରକଳ୍ପ ନେଇ ୫-ଟି ଅଧ୍ୟକ୍ଷ ସେଠାରେ ଜିଲା କ୍ରୀଡ଼ା ସଂଘ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

The post ଭିଏସ୍‌ଏସ୍‌ ଷ୍ଟାଡିୟମର ହେବ ଆଧୁନିକୀକରଣ appeared first on Dharitri Odia News.