‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’
ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍ ନୁହେଁ ସବୁ ମହଲରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି କି ତାଙ୍କୁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ଲୋକେ କହୁଛନ୍ତି। ଫାଇନାଲ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ସହ ଡ୍ର ରଖିବା ଦ୍ୱାରା ସେ କେବଳ ସମ୍ମାନଜନକ ଟୁର୍ନାମେଣ୍ଟ ଜିତି ନାହାନ୍ତି, ମାତ୍ର ୧୭ବର୍ଷ ବୟସରେ ସେ ସର୍ବକନିଷ୍ଠ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର […] The post ‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’ appeared first on Dharitri Odia News.
ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍ ନୁହେଁ ସବୁ ମହଲରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି କି ତାଙ୍କୁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ଲୋକେ କହୁଛନ୍ତି। ଫାଇନାଲ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ସହ ଡ୍ର ରଖିବା ଦ୍ୱାରା ସେ କେବଳ ସମ୍ମାନଜନକ ଟୁର୍ନାମେଣ୍ଟ ଜିତି ନାହାନ୍ତି, ମାତ୍ର ୧୭ବର୍ଷ ବୟସରେ ସେ ସର୍ବକନିଷ୍ଠ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର ହୋଇପାରିଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ତଥା ଅନ୍ୟତମ ଭାରତୀୟ ଭାବେ କ୍ୟାଣ୍ଡିଡେଟ୍ସ ଜିତିଥିବା କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରଥମ ବ୍ୟକ୍ତି ଭାବେ ଏହି ସ୍ବଳ୍ପ ବୟସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଚେସ୍ ପରିବାର ଗର୍ବିତ। ବିଭିନ୍ନ କଠିନ ପରିସ୍ଥିତିରେ ମ୍ୟାଚ୍କୁ ଯେପରି ହାତେଇଛ ଏବଂ ଖେଳିଛ ସେଥିପାଇଁ ସେ ନିଜେ ବ୍ୟକ୍ତିଗତ ଗର୍ବିତ ବୋଲି ଆନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁକେଶଙ୍କ ଏହି ପ୍ରେରଣାଦାୟକ ବିଜୟର ଉଚ୍ଚ ପ୍ରଶଂସା କରିଛନ୍ତି। ଗୁକେଶ ସର୍ବକନିଷ୍ଠ ଖେଳାଳି ହିସାବରେ ଫିଡେ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତିଥିବାରୁ ଭାରତ ଗର୍ବିତ। ଅନେକ ଚେସ୍ ଖେଳାଳିଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁକେଶଙ୍କୁ ସାବାସୀ ଜଣାଇଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଫିଡେ କ୍ୟାଣ୍ଡିଡେଟ୍ସ ଜିତିବା ବହୁତ ବଡ଼ ସଫଳତା ବୋଲି ସେ କହିଛନ୍ତି। ଆଗକୁ ବଢ଼ ଆମେ ତୁମ ସାଥିରେ ଅଛୁ ବୋଲି ସେ କହିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବାରେ ଗୁକେଶ ଚେସ୍ ଇତିହାସରେ ତୃତୀୟ ସର୍ବ କନିଷ୍ଠ ଖେଳାଳି। ଇଂଲିଶ ଗ୍ରାଣ୍ଡମାଷ୍ଟର ଡେଭିଡ୍ ହାଓ୍ବେଲ କହିଛନ୍ତି ଏହି ଗୁକେଶଙ୍କ ବିପକ୍ଷରେ ସେ ପ୍ରଥମ ମ୍ୟାଚ ସମୟରେ ତାଙ୍କ ପ୍ରତିଭା ସମ୍ପର୍କରେ ସୁରାକ ପାଇଥିଲେ। ଭାରତର ଏହି ସ୍ବଳ୍ପ ବୟସ୍କ ଖେଳାଳି ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ହାଓ୍ବେଲ ଟୁଇଟ କରିଛନ୍ତି। ଗୁକେଶଙ୍କ ଚମକପ୍ରଦ ପ୍ରଦର୍ଶନକୁ ନେଇ ପୂର୍ବତନ ବିଶ୍ୱ ଚାମ୍ପିୟନ ଓ ଗ୍ରାଣ୍ଡମାଷ୍ଟର ରୁଷିଆର ଭ୍ଲାଡିମିର କ୍ରାମ୍ନିକ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ କ୍ୟାରିଅରରେ ସେ ଯେତୋଟି ଗେମ୍ ଦେଖିଛନ୍ତି ଗୁକେଶଙ୍କ ସୋମବାର ଗେମ୍ ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି। ଏହି ବିଜୟ ଦ୍ୱାରା ଗୁକେଶ କିମ୍ବଦନ୍ତୀ ଗ୍ୟାରି କାସ୍ପାରୋଭଙ୍କ ଦୀର୍ଘ ୪୦ ବର୍ଷର ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୁଷିଆର ଏହି ୨୨ ବର୍ଷୀୟ ଖେଳାଳିଙ୍କୁ ଯେତେବେଳ ମାତ୍ର ୨୨ ବର୍ଷ ବୟସ ହୋଇଥିଲା, ସେ ୧୯୮୪ରେ ନିଜ ଦେଶର ଆନାଟୋଲି କାର୍ପୋଭଙ୍କ ସହ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଗୁକେଶ ବିଶ୍ୱ ଚାମ୍ପିୟନ ହେବା ଲାଗି ଚଳିତବର୍ଷ ପରବର୍ତ୍ତୀ ଭାଗରେ ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ଥିବା ଚାଇନାର ଡିଙ୍ଗ୍ ଲିରେନଙ୍କ ସହ ମୁକାବିଲା କରିବେ। ଗୁକେଶ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇ ଉଭା ହୋଇଥିବାରୁ ମହିଳା ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୋନେରୁ ହମ୍ପି ତାଙ୍କୁ ଅଭିନନ୍ଦନ ଜଣାଇନ୍ତି।
The post ‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’ appeared first on Dharitri Odia News.