ଛାତରୁ ମିଳିଲା ଆଇଟିଆଇ ଛାତ୍ରଙ୍କ ମୃତଦେହ
ରାଉରକେଲା,୧୮।୨(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇରେ ପଢୁଥିବା ଜଣେ ଛାତ୍ରଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ହାତୀବାରି ବାଂଶଯୋର ନୂଆଟୋଲିର ଅତୁଲିଅନ୍ ଯୋଯୋ(୧୯)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ଏକ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ମୁତାବକ, ଅତୁଲିୟନ ଫିଟର୍ ଟ୍ରେଡ୍ର ପ୍ରଥମ […] The post ଛାତରୁ ମିଳିଲା ଆଇଟିଆଇ ଛାତ୍ରଙ୍କ ମୃତଦେହ appeared first on Dharitri Odia News.
ରାଉରକେଲା,୧୮।୨(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇରେ ପଢୁଥିବା ଜଣେ ଛାତ୍ରଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ହାତୀବାରି ବାଂଶଯୋର ନୂଆଟୋଲିର ଅତୁଲିଅନ୍ ଯୋଯୋ(୧୯)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ଏକ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ମିଳିଥିବା ସୂଚନା ମୁତାବକ, ଅତୁଲିୟନ ଫିଟର୍ ଟ୍ରେଡ୍ର ପ୍ରଥମ ବର୍ଷ ଛାତ୍ର ଥିଲେ। ସେ ଆଇଟିଆଇ ବିଲ୍ଡିଂର ଉପରମହଲା ଛାତ୍ରାବାସରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ସହପାଠୀମାନେ ତାଙ୍କୁ ଦେଖିବାକୁ ନ ପାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ପରେ ଆଇଟିଆଇ ବିଲ୍ଡିଂ ନିକଟ ଅନ୍ୟ ଜଣଙ୍କ ଛାତ ଉପରେ ସେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ରବିବାର ସକାଳେ ପୋଲିସ ସେଠାକୁ ଯାଇ ତଦନ୍ତ କରିଥିଲା। ଛାତ୍ରାବାସ ଛାତ ଉପରେ ଥିବା ଅତୁଲିୟନଙ୍କ ମୋବାଇଲ ଓ ଇଅର ଫୋନ୍କୁ ପୋଲିସ ଜବତ କରିଥିଲା। ଛାତ୍ରାବାସ ଛାତ ଉପରେ ମୋବାଇଲରେ କଥାବାର୍ତ୍ତା ବେଳେ ସମ୍ଭବତଃ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିବା କୁହାଯାଉଛି। ମୋବାଇଲ ଫୋନ ଛାତ ଉପରୁ ଜବତ ହେବା ଘଟଣା ତାଙ୍କ ମୃତ୍ୟୁକୁ ରହସ୍ୟାବୃତ୍ତ କରିଛି। ସେହିପରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଘଟଣା ସଠିକ୍ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।
The post ଛାତରୁ ମିଳିଲା ଆଇଟିଆଇ ଛାତ୍ରଙ୍କ ମୃତଦେହ appeared first on Dharitri Odia News.