ବୋଟୁଲିଜମ୍
ଏହା ଏକପ୍ରକାର ବିରଳ ତଥା ଗମ୍ଭୀର କଣ୍ଡିସନ ଯାହା ଟକ୍ସିନ୍ ଆଟାକ୍ରେ ଦେଖିବାକୁ ମିଳିଥାଏ । ଯେତେବେଳେ ଟକ୍ସିନ୍ ଆମର ଶରୀରର ସ୍ନାୟୁକୁ ଆକ୍ରମଣ କରିଥାଏ, ସେହି ସମୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ । କ୍ଲୋଷ୍ଟ୍ରିଡିୟମ ବୋଟୁଲିନିୟମ ନାମକ ଏକ ଵ୍ୟାକ୍ଟେରିଆ ଏହି ଟକ୍ସିନ୍କୁ ଉତ୍ପାଦନ କରିଥାଏ । ଏହାର ପ୍ରାଥମିକ କାରଣ ଭାବେ ଖାଦ୍ୟ କିମ୍ବା ଶରୀରରେ କୌଣସି ସ୍ଥାନରେ ହୋଇଥିବା କ୍ଷତ ସଂକ୍ରମଣ କାରଣରୁ ହୋଇଥାଏ । ସେହିଭଳି ଯଦି ଏହି ଵ୍ୟାକ୍ଟେରିଆ […]

ଏହା ଏକପ୍ରକାର ବିରଳ ତଥା ଗମ୍ଭୀର କଣ୍ଡିସନ ଯାହା ଟକ୍ସିନ୍ ଆଟାକ୍ରେ ଦେଖିବାକୁ ମିଳିଥାଏ । ଯେତେବେଳେ ଟକ୍ସିନ୍ ଆମର ଶରୀରର ସ୍ନାୟୁକୁ ଆକ୍ରମଣ କରିଥାଏ, ସେହି ସମୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ । କ୍ଲୋଷ୍ଟ୍ରିଡିୟମ ବୋଟୁଲିନିୟମ ନାମକ ଏକ ଵ୍ୟାକ୍ଟେରିଆ ଏହି ଟକ୍ସିନ୍କୁ ଉତ୍ପାଦନ କରିଥାଏ । ଏହାର ପ୍ରାଥମିକ କାରଣ ଭାବେ ଖାଦ୍ୟ କିମ୍ବା ଶରୀରରେ କୌଣସି ସ୍ଥାନରେ ହୋଇଥିବା କ୍ଷତ ସଂକ୍ରମଣ କାରଣରୁ ହୋଇଥାଏ । ସେହିଭଳି ଯଦି ଏହି ଵ୍ୟାକ୍ଟେରିଆ ଶିଶୁଙ୍କ ଶରୀରରେ ପ୍ରବେଶ କରେ ତେବେ ଏହି ସମସ୍ୟା ସେମାନଙ୍କ ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ତିନିଭାଗରେ ବିଭକ୍ତ କରାଯାଇଛି, ଫୁଡ୍ବର୍ଣ୍ଣ ବୋଟୁଲିଜମ୍ , ଉଣ୍ଡ୍ବର୍ଣ୍ଣ ବୋଟୁଲିଜମ୍, ଇନ୍ଫାଣ୍ଟ ବୋଟୁଲିଜମ୍ । ସେହିଭଳି ଏହାର ବିଭିନ୍ନ ପ୍ରକାରର ଭିନ୍ନଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । ଫୁଡ୍ବର୍ଣ୍ଣ ବୋଟୁଲିଜମରେ ପ୍ରଭାବ ଆମ ଶରୀରରେ ଟକ୍ସିନ୍ ପ୍ରବେଶ କରିବାର ୧୨ ରୁ ୩୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଥାଏ । ତେବେ ପ୍ରଭାବ ଟକ୍ସିନ୍ର ପରିମାଣ ଉପରେ ନିର୍ଭର କରିଥାଏ । ଏହାର ଲକ୍ଷଣ ଭାବେ ଖାଦ୍ୟ ଗିଳିବା, ପାଟି ଶୁଖିଲା ଲାଗିବା, ମୁହଁ ଶୁଖିଲା ଲାଗିବା, ଦୃଷ୍ଟି ଶକ୍ତି ହ୍ରାସ, ଆଖି ପତା ବାରବାର ମୁଜି ହେବା, ବାନ୍ତି ହେବା ଆଦି ଦେଖିବାକୁ ମିଳିଥାଏ । ସେହିଭଳି ଉଣ୍ଡ୍ବର୍ଣ୍ଣ ବୋଟୁଲିଜମ (କ୍ଷତରୁ ଯାହା ସୃଷ୍ଟି ହୁଏ)ରେ ଟକ୍ସିନ ଆମ ଶରୀରରେ ପ୍ରବେଶ କରିବାର ୧୦ଦିନ ପରେ ପ୍ରଭାବ ଦେଖିବାକୁ ମିଳିଥାଏ । ଏଥିରେ ମଧ୍ୟ ଫୁଡ୍ ବର୍ଣ୍ଣ ବୋଟୁଲିଜମ୍ ଭଳି ଲକ୍ଷଣ ଦେଖିଦଖିବାକୁ ମିଳିଥାଏ । ଶିଶୁଙ୍କ କ୍ଷେତ୍ରରେ ଏହି ସମସ୍ୟା ୧୮ ରୁ ୩୬ ଘଣ୍ଟା ପରେ ଦେଖିବାକୁ ମିଳିଥାଏ । ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଭାବେ କୋଷ୍ଟକାଠିନ୍ୟ, ଅଧିକ କାନ୍ଦିବା, ଚିଡ୍ଚିଡାପଣ, ଦୁର୍ବଳ ଲାଗିବା,ଖାଦ୍ୟ ନଖାଇବା, ଆଖି ପତା ବାରମ୍ବାର ପକାଇବା ଆଦି ଦେଖିବାକୁ ମିଳିଥାଏ । ଯଦି ଉପରୋକ୍ତ କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।