ଝାଡ଼ଖଣ୍ଡ ଏକଜିଟ୍ ପୋଲରେ କଡ଼ା ଟକ୍କର, ରାଜ୍ୟରେ କିଏ ଗଢିବ ସରକାର ଚିତ୍ର ଅସ୍ପଷ୍ଟ
ରାଞ୍ଚି: ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୩୮ ଆସନ ପାଇଁ ମତଦାନ ଶେଷ ହୋଇଛି । ଏହାସହ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମନାକୁ ଆସିବାରେ ଲାଗିଛି । ରାଜ୍ୟରେ କ୍ଷମତାଶୀନ ଇଣ୍ଡି ମେଣ୍ଟର ମୁକାବିଲା ବିଜେପି ନେତୃତ୍ୱାଧୀନ ଏନଡିଏ ସହ ହେଉଛି । ସାମନାକୁ ଆସିଥିବା ଏକଜିଟ୍ ପୋଲରେ ରାଜ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । କିଛି ସଂସ୍ଥାଙ୍କ ସର୍ଭେ ଏନଡିଏ ସପକ୍ଷରେ ଥିବା ବେଳେ କିଛିର ଏକଜିଟ୍ ପୋଲ୍ ଇଣ୍ଡି ମେଣ୍ଟ ସପକ୍ଷରେ ରହିଛି । ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪-୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫-୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ ।ମାଟ୍ରିଜ୍ ଏକଜିଟ୍ ପୋଲ ଅନୁସାରେ ଏନଡିଏକୁ ୪୨-୪୭ ଆସନ, ଇଣ୍ଡି ମେଣ୍ଟକୁ ୨୫-୩୦ ଏବଂ ଅନ୍ୟଙ୍କୁ ୧-୪ ଆସନ ଯାଇପାରେ । ଚାଣକ୍ୟ ଷ୍ଟ୍ରାଟେଜିସର ଏକଜିଟ୍ ପୋଲରେ ଏନଡିଏକୁ ୪୫-୫୦, ଇଣ୍ଡି ମେଣ୍ଟକୁ ୩୫-୩୮ ଏବଂ ଅନ୍ୟଙ୍କୁ ୩-୫ ଆସନ ମିଳିପାରେ । ସେହିପରି P-Marq ଏକଜିଟ୍ ପୋଲରେ ଏନଡିଏକୁ ୩୧-୪୦, ଇଣ୍ଡି ମେଣ୍ଟକୁ ୩୭-୪୭ ଏବଂ ଅନ୍ୟଙ୍କୁ ୧-୬ ଆସନ ମିଳିପାରେ । ତେବେ ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଇଣ୍ଡି ମେଣ୍ଟ ୫୩ ଆସନ ସହ ବହୁମତରେ ସରକାରକୁ ଫେରୁଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫ ଏବଂ ଅନ୍ୟଙ୍କୁ ୩ ଆସନ ମିଳିପାରେ ।
ରାଞ୍ଚି: ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୩୮ ଆସନ ପାଇଁ ମତଦାନ ଶେଷ ହୋଇଛି । ଏହାସହ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମନାକୁ ଆସିବାରେ ଲାଗିଛି । ରାଜ୍ୟରେ କ୍ଷମତାଶୀନ ଇଣ୍ଡି ମେଣ୍ଟର ମୁକାବିଲା ବିଜେପି ନେତୃତ୍ୱାଧୀନ ଏନଡିଏ ସହ ହେଉଛି । ସାମନାକୁ ଆସିଥିବା ଏକଜିଟ୍ ପୋଲରେ ରାଜ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । କିଛି ସଂସ୍ଥାଙ୍କ ସର୍ଭେ ଏନଡିଏ ସପକ୍ଷରେ ଥିବା ବେଳେ କିଛିର ଏକଜିଟ୍ ପୋଲ୍ ଇଣ୍ଡି ମେଣ୍ଟ ସପକ୍ଷରେ ରହିଛି । ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪-୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫-୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ ।
ମାଟ୍ରିଜ୍ ଏକଜିଟ୍ ପୋଲ ଅନୁସାରେ ଏନଡିଏକୁ ୪୨-୪୭ ଆସନ, ଇଣ୍ଡି ମେଣ୍ଟକୁ ୨୫-୩୦ ଏବଂ ଅନ୍ୟଙ୍କୁ ୧-୪ ଆସନ ଯାଇପାରେ । ଚାଣକ୍ୟ ଷ୍ଟ୍ରାଟେଜିସର ଏକଜିଟ୍ ପୋଲରେ ଏନଡିଏକୁ ୪୫-୫୦, ଇଣ୍ଡି ମେଣ୍ଟକୁ ୩୫-୩୮ ଏବଂ ଅନ୍ୟଙ୍କୁ ୩-୫ ଆସନ ମିଳିପାରେ । ସେହିପରି P-Marq ଏକଜିଟ୍ ପୋଲରେ ଏନଡିଏକୁ ୩୧-୪୦, ଇଣ୍ଡି ମେଣ୍ଟକୁ ୩୭-୪୭ ଏବଂ ଅନ୍ୟଙ୍କୁ ୧-୬ ଆସନ ମିଳିପାରେ । ତେବେ ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଇଣ୍ଡି ମେଣ୍ଟ ୫୩ ଆସନ ସହ ବହୁମତରେ ସରକାରକୁ ଫେରୁଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫ ଏବଂ ଅନ୍ୟଙ୍କୁ ୩ ଆସନ ମିଳିପାରେ ।