ପିକ୍‌ଅପ୍‌ ଭ୍ୟାନ୍‌ରୁ ୧୦ ଲକ୍ଷ ଟଙ୍କା ଜବତ

ଆଜି ଏକ ପିକ୍‌ଅପ୍‌ ଭ୍ୟାନରେ ବରଗଡ଼ ସହର ଦେଇ ଦ୍ରୁତ ଗତିରେ ଯାଉଥିଲା। ହଲଦୀପାଲି ଛକଠାରେ ଟାଉନ୍‌ ଥାନା ପୁଲିସ୍‌ ଗାଡ଼ିଟିକୁ ଅଟକାଇ ଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୧୦ ଟଙ୍କା ମିଳିଥିଲା।

ପିକ୍‌ଅପ୍‌ ଭ୍ୟାନ୍‌ରୁ ୧୦ ଲକ୍ଷ ଟଙ୍କା ଜବତ

ନିର୍ବାଚନ ଆଚରଣ ବିଧି ଲାଗି ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା। ଗାଡ଼ି ଯାଞ୍ଚ ବେଳେ ବରଗଡ଼ ସଦର ଥାନା ପୁଲିସ୍‌ ଏତେ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କେଉଁଠି ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ମଧ୍ୟ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଆଜି ଏକ ପିକ୍‌ଅପ୍‌ ଭ୍ୟାନରେ ବରଗଡ଼ ସହର ଦେଇ ଦ୍ରୁତ ଗତିରେ ଯାଉଥିଲା। ହଲଦୀପାଲି ଛକଠାରେ ଟାଉନ୍‌ ଥାନା ପୁଲିସ୍‌ ଗାଡ଼ିଟିକୁ ଅଟକାଇ ଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୧୦ ଟଙ୍କା ମିଳିଥିଲା। ନୋଟ୍‌ ଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍‌ରେ ପ୍ୟାଙ୍କିଂ ହୋଇଥିଲା। ପୁଲିସ୍‌ ସେହି ଟଙ୍କା ସମ୍ପର୍କରେ ଗାଡ଼ି ଚାଳକଙ୍କୁ ପଚାରିଥିଲା। ମାତ୍ର ସେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲା। ତେଣୁ ପୁଲିସ୍‌ ଟଙ୍କା ପ୍ୟାକେଟ୍‌ ଓ ଗାଡ଼ିକୁ ଜବତ କରିଥିଲା। ଗାଡ଼ି ଚାଳକକୁ ପୁଲିସ୍‌ ଅଟକ ରଖିଛି।

ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଚୁଡାମଣି ଦୋରା ବୋଲି ପୁଲିସ୍‌ କହିଛି। ତେବେ ନିର୍ବାଚନ ଆରଣ ବିଧି ଲାଗୁ ହୋଇଥିବା ବେଳେ ଏତେ ପରିମାଣର ଟଙ୍କା କେଉଁଠୁ ଆସୁଥିଲା ଓ କେଉଁ ଯାଇଥାଆନ୍ତା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ତାହା ଉପରେ ତଦନ୍ତ ଜାରି ରଖିଛି। ଏହା ପୂର୍ବରୁ ସୁବର୍ଣ୍ଣପୁରରୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଜବତ ହୋଇଥିଲା। ଆନ୍ଧ୍ରପ୍ରଦେଶର କିଛି ବ୍ୟକ୍ତି ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍‌ ଧରିଥିଲା।