କିଏ ୫ କୋଟିର କାର ତ ଆଉ କିଏ ଦେଇଛନ୍ତି Diamonds, ଅନନ୍ତ-ରାଧିକାଙ୍କୁ ବଲିଉଡ୍ରୁ ମିଳିଲା ସ୍ପେଶାଲ ଗିଫ୍ଟ
ମୁମ୍ଵାଇ ୧୩।୦୩: ପ୍ରସିଦ୍ଧ ଶିଳ୍ପପତି ତଥା ବ୍ୟବସାୟ ଟାଇକୁନ୍ ମୁକେଶ ଅମ୍ବାନୀ। ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂ ଫଙ୍କସନ ଖୁବ୍ ଚର୍ଚ୍ଚାରେ ରହିଛି । ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ରାଧିକା ଏବଂ ଅନନ୍ତଙ୍କ ଫଙ୍କସନରେ ଭାରତ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଇଣ୍ଟରନେଟରେ ଆଲୋଚନା ହେଉଛି ଯେ ଅନନ୍ତ ଏବଂ ରାଧିକା ବି-ଟାଉନରୁ ଅନେକ ସ୍ଵତନ୍ତ୍ର ଉପହାର ଗ୍ରହଣ କରିଛନ୍ତି। କହିବାକୁ ଗଲେ ବଲିଉଡ ତାରକାମାନେ ଅନନ୍ତ ଏବଂ ରାଧିକାଙ୍କୁ କେଉଁ ଉପହାର ଦେଇଛନ୍ତି ଆସନ୍ତୁ ଜାଣିବା ?View this post on InstagramA post shared by Ambani Family (@ambani_update)କିଏ କେଉଁ ଉପହାର ଦେଇଛନ୍ତି ?ଶାହାରୁଖ ଖାନ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂରେ ବଲିଉଡର କିଙ୍ଗ ଖାନ ତଥା ଶାହରୁଖଙ୍କ ଷ୍ଟାଇଲ୍ ସମସ୍ତଙ୍କ ହୃଦୟ ଜିତିଥିଲା । କିଙ୍ଗ ଖାନ ତାଙ୍କ ପରିବାର ସହିତ ଏହି ସେରମନିରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ, ତାଙ୍କ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କି ଏହି ଫଙ୍କସନ୍ରେ କିଙ୍ଗ ଖାନ ଅନନ୍ତ ଏବଂ ରାଧିକାଙ୍କୁ କେଉଁ ଉପହାର ଦେଇଛନ୍ତି। ତେବେ ଶାହାରୁଖ ତାଙ୍କୁ ୫ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ୩୦୦ SLR ଉପହାର ଦେଇଛନ୍ତି।View this post on Instag
ମୁମ୍ଵାଇ ୧୩।୦୩: ପ୍ରସିଦ୍ଧ ଶିଳ୍ପପତି ତଥା ବ୍ୟବସାୟ ଟାଇକୁନ୍ ମୁକେଶ ଅମ୍ବାନୀ। ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂ ଫଙ୍କସନ ଖୁବ୍ ଚର୍ଚ୍ଚାରେ ରହିଛି । ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ରାଧିକା ଏବଂ ଅନନ୍ତଙ୍କ ଫଙ୍କସନରେ ଭାରତ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଇଣ୍ଟରନେଟରେ ଆଲୋଚନା ହେଉଛି ଯେ ଅନନ୍ତ ଏବଂ ରାଧିକା ବି-ଟାଉନରୁ ଅନେକ ସ୍ଵତନ୍ତ୍ର ଉପହାର ଗ୍ରହଣ କରିଛନ୍ତି। କହିବାକୁ ଗଲେ ବଲିଉଡ ତାରକାମାନେ ଅନନ୍ତ ଏବଂ ରାଧିକାଙ୍କୁ କେଉଁ ଉପହାର ଦେଇଛନ୍ତି ଆସନ୍ତୁ ଜାଣିବା ?
କିଏ କେଉଁ ଉପହାର ଦେଇଛନ୍ତି ?
ଶାହାରୁଖ ଖାନ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂରେ ବଲିଉଡର କିଙ୍ଗ ଖାନ ତଥା ଶାହରୁଖଙ୍କ ଷ୍ଟାଇଲ୍ ସମସ୍ତଙ୍କ ହୃଦୟ ଜିତିଥିଲା । କିଙ୍ଗ ଖାନ ତାଙ୍କ ପରିବାର ସହିତ ଏହି ସେରମନିରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ, ତାଙ୍କ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କି ଏହି ଫଙ୍କସନ୍ରେ କିଙ୍ଗ ଖାନ ଅନନ୍ତ ଏବଂ ରାଧିକାଙ୍କୁ କେଉଁ ଉପହାର ଦେଇଛନ୍ତି। ତେବେ ଶାହାରୁଖ ତାଙ୍କୁ ୫ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ୩୦୦ SLR ଉପହାର ଦେଇଛନ୍ତି।
ସଲମାନ ଖାନ: ସଲମାନ ଖାନ ଅର୍ଥାତ୍ ଭାଇଜାନ ଅନନ୍ତଙ୍କୁ ଏକ ବିଳାସପୂର୍ଣ୍ଣ ଘଣ୍ଟା ଉପହାର ଦେଇଛନ୍ତି । ଏହା ବ୍ୟତୀତ ସେ ରାଧିକାଙ୍କୁ ହୀରା କାନଫୁଲ ଉପହାର ଦେଇଛନ୍ତି। ସଲମାନଙ୍କ ଭିନ୍ନ କାଜୁଆଲ ଲୁକ୍ ଅନନ୍ତ ଏବଂ ରାଧିକାଙ୍କ ପ୍ରି ୱେଡିଂ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳିଥିଲା। ସଲମାନଙ୍କ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଭାଇଜାନଙ୍କୁ ବହୁତ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।
ଦୀପିକା ପାଦୁକୋନ ଏବଂ ରଣବୀର ସିଂ: ସମସ୍ତେ ଜାଣନ୍ତି ଯେ ବଲିଉଡର ଏହି ଲଭଲି କପଲ ଖୁବ୍ ଶୀଘ୍ର ନିଜ ପିଲାଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି ଖୁସି ମଧ୍ୟରେ ଉଭୟ ଦୀପିକା ଏବଂ ରଣବୀର ଅନନ୍ତ ଏବଂ ରାଧିକାଙ୍କ ପ୍ରି ୱେଡିଂରେ ଯୋଗ ଦେଇଥିଲେ। ତେବେ ଦୀପିକା ଏବଂ ରଣଭୀର ଅନନ୍ତ ଏବଂ ରାଧିକାଙ୍କୁ ୧ କୋଟି ଟଙ୍କା ମୂଲ୍ୟର ଘଣ୍ଟା ଉପହାର ଦେଇଛନ୍ତି ।
ରଣବୀର କପୁର ଏବଂ ଆଲିଆ ଭଟ୍ଟ: ବଲିଉଡର ଚର୍ଚ୍ଚିତ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଦୁହେଁ ତାଙ୍କ ଝିଅ ରାହା ସହ ଅନନ୍ତ ଏବଂ ରାଧିକାଙ୍କ ପ୍ରି ୱେଡିଂରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କପୁର ପରିବାର ବହୁତ ମଜା କରିଥିଲେ। ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଖବର ଅନୁଯାୟୀ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅନନ୍ତ ଏବଂ ରାଧିକାଙ୍କୁ ଏୟାର ଜୋର୍ଡାନ ଜୋତା ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ୧୬,୨୦,୭୦୦ ରୁ ୨୯,୩୬,୬୦୦ ଟଙ୍କା ମଧ୍ୟରେ ରହିଛି।
ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ : ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ମଧ୍ୟ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରି ୱେଡିଂ ଯୋଗ ଦେଇଥିଲେ। ଉଭୟଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯଦି ଆମେ ଉପହାର ବିଷୟରେ କହିବାକୁ ଗଲେ ଦୁହେଁ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ ସୁନାରେ ନିର୍ମିତ ଏବଂ ହୀରା ଚିତ୍ରିତ ପ୍ରତିମା ଉପହାର ଦେଇଛନ୍ତି।
ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ:ବିଟାଉନର ପାୱାର କପଲ କ୍ୟାଟ୍ରିନା-ଭିକି । ଦୁହେଁ ଏହି ପ୍ରି ୱେଡିଂ ଉତ୍ସବରେ ଯୋଗ ଦେଇଥିଲେ। କପଲଙ୍କ ରୟାଲ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ଫଟୋକୁ ଖୁଵ୍ ପସନ୍ଦ କରିଥିଲେ । ଭିକି ଏବଂ କ୍ୟାଟ୍ରିନା ଅନନ୍ତ ଏବଂ ରାଧିକାଙ୍କୁ ହୀରା ଚୁଡି ଏବଂ ହାର ଗିଫ୍ଟ ଦେଇଛନ୍ତି।