ନୂଆପଡ଼ା ପୋଲିସଙ୍କ ଅଭିନୟ ପ୍ରୟାସ,ମୋବାଇଲ୍ ଫେରସ୍ତ ମେଳା
ନୂଆପଡା:ନୂଆପଡ଼ା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ରଙ୍କ ନେତୃତ୍ବରେ ପରିଚାଳିତ ଅପରେଶନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଳା ପୋଲିସ୍ କୁ ଆଉ ଏକ ବିରାଟ ସଫଳତା ମିଳିଛି l ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଚୋରି କିମ୍ବା ହଜି ଯାଇଥିବା ୧୦୪ ଗୋଟି ମୋବାଇଲ୍ ପୁନରୁଦ୍ଧାର ଓ ଫେରସ୍ତ କାର୍ଯ୍ୟକ୍ରମ ଜରିଆରେ ଫେରସ୍ତ ହୋଇଅଛି। ଜିଲ୍ଲାର ସମସ୍ତ ନଅ ଟି ଥାନାରେ ମୋଟ ୨୦ ଟି ଦଳ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହୋଇଥିଲା l ସମସ୍ତଙ୍କ ୪୮ […] The post ନୂଆପଡ଼ା ପୋଲିସଙ୍କ ଅଭିନୟ ପ୍ରୟାସ,ମୋବାଇଲ୍ ଫେରସ୍ତ ମେଳା appeared first on Odisha.News.
ନୂଆପଡା:ନୂଆପଡ଼ା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ରଙ୍କ ନେତୃତ୍ବରେ ପରିଚାଳିତ ଅପରେଶନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଳା ପୋଲିସ୍ କୁ ଆଉ ଏକ ବିରାଟ ସଫଳତା ମିଳିଛି l ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଚୋରି କିମ୍ବା ହଜି ଯାଇଥିବା ୧୦୪ ଗୋଟି ମୋବାଇଲ୍ ପୁନରୁଦ୍ଧାର ଓ ଫେରସ୍ତ କାର୍ଯ୍ୟକ୍ରମ ଜରିଆରେ ଫେରସ୍ତ ହୋଇଅଛି। ଜିଲ୍ଲାର ସମସ୍ତ ନଅ ଟି ଥାନାରେ ମୋଟ ୨୦ ଟି ଦଳ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହୋଇଥିଲା l ସମସ୍ତଙ୍କ ୪୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୧୦୪ ଟି ମୋବାଇଲ୍ ଉଦ୍ଧାର ହୋଇଥିଲା l ଏହାକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସ୍ଵତନ୍ତ୍ର ମୋବାଇଲ୍ ଫେରସ୍ତ ମେଳାର ଆୟୋଜନ କରାଯାଇଥିଲା l ଏଥିରେ ଅଧ୍ୟକ୍ଷତା କରି ଏସ୍ ପି କହିଲେ ଯେ ଜିଲ୍ଲା ପୋଲିସ୍ ବହୁ ନିଷ୍ଠାର ସହିତ ପ୍ରଚେଷ୍ଟା କରି ଏହି ୧୦୪ ଟି ମୋବାଇଲ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି l ଏସବୁର ଆନୁମାନିକ ମୂଲ୍ଯ ୨୫ ଲକ୍ଷ ଟଙ୍କା ହେବ l ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫୦ ଟି ମୋବାଇଲ୍ ଚୋରି ଏବଂ ହଜି ଯାଇଥିବା କେଶ୍ ଦାୟର ହୋଇଥିଲା l ସେଥିରୁ ଖରିଆର ଥାନା ଅଞ୍ଚଳରୁ ୪୩ ଟି ନୂଆପଡ଼ା ରୁ ୧୯ ଟି ସିନାପାଲି ରୁ ୧୬ ଟି ଏବଂ ବୋଡ଼େନ ଥାନା ଦ୍ଵାରା ୧୧ଟି ମୋବାଇଲ୍ ମାମଲା ରୁଜୁ ହୋଇଥିଲା।
The post ନୂଆପଡ଼ା ପୋଲିସଙ୍କ ଅଭିନୟ ପ୍ରୟାସ,ମୋବାଇଲ୍ ଫେରସ୍ତ ମେଳା appeared first on Odisha.News.