ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଆଉ ଜଣେ ଗୁରୁତର

ପାଟଣା ୧୪।୦୩ : ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଡାବରଚୁଆ ନିକଟରେ ଘଟିଛି ଏହି  ଦୁର୍ଘଟଣା । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବେଲଦା ଗାଁର ନବୀନ କୁମାର ସିଂହ ଏବଂ ତୁଷାର ପାତ୍ର କୌଣସି କାମ ଆସୁଥିଲେ । ହେଲେ କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ଡାବରଚୁଆ ନିକଟରେ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ନବୀନ କୁମାର ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ତୁଷାର ପାତ୍ର ଗୁରୁତର ହୋଇଛନ୍ତି । ତୁଷାରଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।  

ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଆଉ ଜଣେ ଗୁରୁତର

ପାଟଣା ୧୪।୦୩ : ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଡାବରଚୁଆ ନିକଟରେ ଘଟିଛି ଏହି  ଦୁର୍ଘଟଣା । 

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବେଲଦା ଗାଁର ନବୀନ କୁମାର ସିଂହ ଏବଂ ତୁଷାର ପାତ୍ର କୌଣସି କାମ ଆସୁଥିଲେ । ହେଲେ କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ଡାବରଚୁଆ ନିକଟରେ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ନବୀନ କୁମାର ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ତୁଷାର ପାତ୍ର ଗୁରୁତର ହୋଇଛନ୍ତି । ତୁଷାରଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।